ଆଗାମୀ ଲୋକସଭା ଅଧିବେଶନରେ ଜିଲ୍ଲାର ବିଭିନ୍ନ ସମସ୍ୟା ଉଠେଇବା ସହିତ ଏହାର ଯଥାଶୀଘ୍ର ସମାଧାନ କରିବାକୁ ପ୍ରତିଶ୍ରୁତି

add-all

ଫୁଲବାଣୀ : କନ୍ଧମାଳ ଲୋକସଭା ନିର୍ବାଚନ ମଣ୍ଡଳୀର ନବନିର୍ବାଚିତ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଜିଲ୍ଲାର ବିଭିନ୍ନ ସମସ୍ୟା ଓ କାର୍ଯ୍ୟାବଳୀର ସମୀକ୍ଷା କରିଥିଲେ। ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ। ସମସ୍ତ ଅଧିକାରୀମାନେ ନିଜ ନିଜ ବିଭାଗର କାର୍ଯ୍ୟାବଳୀ ଓ ସମସ୍ୟା ବିଷୟରେ ସାଂସଦ ମହୋଦୟଙ୍କୁ ଅବଗତ କରେଇଥିଲେ। ସାଂସଦ ସମସ୍ତ ସମସ୍ୟାଗୁଡ଼ିକୁ ଧ୍ୟାନ ସହିତ ଶୁଣି ଏହାକୁ ଆଗାମୀ ଲୋକସଭା ଅଧିବେଶନରେ ଉଠେଇବା ସହିତ ଏହାର ଯଥାଶୀଘ୍ର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ।
ଉକ୍ତ ବୈଠକରେ କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲ, କନ୍ଧମାଳ ଉପଜିଲ୍ଲାପାଳ ଶ୍ରୀ ଚିତ୍ତରଞ୍ଜନ ମହାନ୍ତି, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ରତ୍ନାକର ସାହୁ, ଫୁଲବାଣୀ ଓ ବାଲିଗୁଡା ବନଖଣ୍ଡ ଅଧିକାରୀଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.