ସୀମାନ୍ତରେ ଚାରି ସକ୍ରିୟ ମାଓବାଦୀଙ୍କ ଆତ୍ମସମର୍ପଣ

add-all

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାରେ ଜଣେ ଇନାମୀ ମାଓବାଦୀ ସମେତ ଚାରିଜଣ ସକ୍ରିୟ ମାଓବାଦୀଙ୍କ ପୁଲିସ ନିକଟରେ ଆତ୍ମସମର୍ପଣ l ସୂଚନା ଅନୁଯାଇ ସରକାରଙ୍କ ପୁନର୍ବାସ ନୀତି ଏବଂ ଜିଲ୍ଲା ପୁଲିସର ନିୟଦ ନେଲ୍ଲା ନାର ଯୋଜନାରେ ପ୍ରଭାବିତ ହୋଇ ଗୁରୁବାର ଦିନ ଜଣେ ମହିଳା ମାଓବାଦୀ ସମେତ ଚାରି ମାଓବାଦୀ ଆତ୍ମସମର୍ପଣ କରିଛନ୍ତି ସେମାନେ ହେଲେ ଏକ ଲକ୍ଷ ଇନାମୀ ସିଏନଏମ ଅଧକ୍ଷ ଦୀର୍ଦୋ ହିଡ଼ମା(39)ବର୍ଷ, ଅରମପଲ୍ଲୀ କେଏମଏସ ସଦସ୍ୟା ସୋଡି ସୋମେ(30)ବର୍ଷ, ମିଲିସିଆ ସଦସ୍ୟ ପୋଡିୟାମ ହୁଙ୍ଗା(25)ବର୍ଷ,ଜନତାନା ସରକାର ଅଧକ୍ଷ ମୁଚାକି ଦେବା (55)ବର୍ଷ l ସମସ୍ତ ମାଓବାଦୀ ସଂଗଠନ ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ଏକ ନୂଆ ଜୀବନ ସୃଷ୍ଟି କରିବା ପାଇଁ ମାଓ ସଂଗଠନ ଛାଡି ପୁଲିସ ନିକଟରେ ଆତ୍ମସମର୍ପଣ କରିଥିବା ପ୍ରକାଶ କରିଛନ୍ତି l ଏହି ଚାରି ମାଓବାଦୀ ସଂଗଠନରେ ସକ୍ରିୟ ରହି ବିଭିନ୍ନ ମାଓ ହିଂସା କାଣ୍ଡରେ ଜଡିତ ଥିବା ସୁକମା ପୁଲିସ ପକ୍ଷରୁ ସୂଚନା ମିଳିଛି ତା ସହ ସମସ୍ତ ଆତ୍ମସମର୍ପଣ ମାଓବାଦୀଙ୍କୁ ଆଗାମୀ କିଛି ଦିନ ମଧ୍ୟରେ ସରକାରଙ୍କ ଥଇଥାନ ନୀତି ଅନୁଯାଇ ସମସ୍ତ ସୁବିଧା ଯୋଗାଇ ଦିଆଯିବ ନେଇ ସୁକମା ପୁଲିସ ଠାରୁ ସୂଚନା ମିଳିଛି l

ad-week
Leave A Reply

Your email address will not be published.