ତ୍ରୁଟିପୂର୍ଣ୍ଣ ନିର୍ମାଣ ଯୋଗୁଁ ଅସରାଏ ବର୍ଷାରେ ଆସିକାରେ କୁତ୍ରିମ ବନ୍ୟା !

add-all

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ରେ କୁତ୍ରିମ ବନ୍ୟା। ତ୍ରୁଟିପୂର୍ଣ୍ଣ ଡ୍ରେନେଜ ନିର୍ମାଣ ଅନଭିଜ୍ଞ ଠିକାଦାର ଯୋଗୁଁ ଅସରାଏ ବର୍ଷା ହେବା ଫଳରେ ଦୀର୍ଘ ଘଣ୍ଟା ରାସ୍ତା ଉପରେ ବର୍ଷା ଜଳ ଜମି ରହିଛି। ଆସିକା ରେ ଗତ କିଛି ବର୍ଷ ହେଲା ସରକାରୀ ଅର୍ଥ ସହ ଖେଳ ଚାଲିଛି। ପୂର୍ବରୁ ଥିବା ଓସାରିଆ ଡ୍ରେନେ ଗୁଡ଼ିକୁ ନିର୍ମାଣ ନାମରେ ସଂକୁଚିତ କରା ଯାଇଛି। ଫଳରେ ସାମାନ୍ୟ ବର୍ଷା ହେଲେ ସହରର ୱାର୍ଡ଼ ଗୁଡ଼ିକ ରେ ବର୍ଷା ଜଳ ରହିବା ଫଳରେ ଲୋକେ ଜଳ ବନ୍ଦୀ ଭାବେ ରହିବାକୁ ବାଧ୍ୟ ହେଉଛନ୍ତି। କଂକ୍ରିଟ ରୋଡ଼ ଉପରେ ଫେବର ରୋଡ଼ ନିର୍ମାଣ ହେବା ଫଳରେ ତଳେ ଡ୍ରେନ ଉପରେ ରୋଡ଼ ହେବା ଫଳରେ ରାସ୍ତା ଉପରେ ବର୍ଷା ଜଳ ଦୀର୍ଘ ଘଣ୍ଟା ଜମି ରହୁଛି। ଏନେଇ ବାରମ୍ବାର ଅଭିଯୋଗ କରିଲେ ବାବୁ ମାନଙ୍କ ନିଦ୍ରା ଭାଙ୍ଗୁ ନାହିଁ। ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି।

ad-week
Leave A Reply

Your email address will not be published.