ଚିତି ନାଗ ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ !

add-all

ବୀରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାର ରାଏବଗା ଥାନା ଅନ୍ତର୍ଗତ ଗଟିତାଙ୍ଗର ଗ୍ରାମରେ ଗତ କାଲି ପ୍ରାୟ ୧୦ ଟା ସମୟରେ ସବିତା କେରକେଟା(୩୬ ବର୍ଷ) ନିଜ ଘରେ ଜମିରେ ସୋଇଥିବା ବେଳେ ଗୋଟିଏ ଚିତି ନାଗସାପ ଘରର କବାଟ ତାଲୁରୁ ପଶି ସୋଇଥିବା ମହିଲାର ଡାହାଣ ହାତର କୁନି ଅଙ୍କାଗୁଳିରେ କାଟିଥିଲା | ମହିଳା ଘରଲୋକଙ୍କୁ କିଛି ନକହି ଶୋଇ ପଡ଼ିଥିଲେ | ସକାଳ ୮ଟାରେ ସବିତାର ମୁଣ୍ଡ ବିନ୍ଧିବା ସହ ଅସୁସ୍ଥ ହେଇଥିଲେ ଘର ଲୋକେ ଏହା ଦେଖି ପଚାରିବାରୁ ସବିତାଙ୍କ ୫ବର୍ଷର ଝିଅ ନାଗ ସାପ ବିଷୟରେ କହିଥିଲେ | ଘର ଲୋକେ ସାପକୁ ମାରିବା ପରେ ସଙ୍ଗେ ସଙ୍ଗେ ସବିତାଙ୍କ ଶଶୁର ବୀରମିତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ନେଇଥିଲେ |

ସେଠାରେ ଡାକ୍ତର ପରୀକ୍ଷା କରି ଦେଖି ଅଧିକ ଗୁରୁତର ହେଇଥିବାରୁ ଆମ୍ବୁଲାନ୍ସ ଯୋଗେ ରାଉଲକେଲା ସରକାରୀ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇଥିଲେ | ରାଉରକେଲାରେ ଚିକିତ୍ସିତ ହେଉଥିବା ବେଳେ ଡାକ୍ତର ମହିଳାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ | ମୃତ୍ୟୁ ଘଟିଥିବା ଜାଣିବା ପରେ ମୃତ ସବିତାଙ୍କ ଶଶୁର ରାଏବଗା ଥାନାକୁ ଆସି ଲିଖିତ ଦରଖାସ୍ତ ଦେଇଥିଲେ | ଥାନା ଅଧିକାରୀ ଜ୍ୟୋତି ରଞ୍ଜନ ପତିଙ୍କ ନିର୍ଦ୍ଦେଶ କ୍ରମେ ଏ ଏସ ଆଇ ଶଶୀଭୂଷଣ ମହତ୍ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ପରେ ବ୍ୟବଚ୍ଛେଦ କରାଇ ଘର ଲୋକଙ୍କୁ ହସ୍ତାନ୍ତର କରିବା ପୋଲିସ ପକ୍ଷରୁ ପ୍ରକାଶ | ରାଏବଗା ପଞ୍ଚାୟତ ଅନ୍ତର୍ଗତ ଗଟିତାଙ୍ଗର ଗ୍ରାମରେ ଏହାକୁ ନେଇ ଏକ ଶୋକର ଛାୟା ଖେଳିଯାଇଛି |

ad-week
Leave A Reply

Your email address will not be published.