ମାଧ୍ୟମିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କ କମ୍ପ୍ୟୁଟର କୌଶଳ ଦକ୍ଷତା ବଢ଼ାଇବା ପାଇଁ ପ୍ରଶିକ୍ଷଣ

add-all

ଚିକିଟୀ : ଏହି ବ୍ଲକ ଅନ୍ତର୍ଗତ ଗିରିସୋଲା ସ୍ଥିତ ମଦନ ମୋହନ ନୋଡାଲ ଉଚ୍ଚ ବିଦ୍ୟାଳୟରେ ମାଧ୍ୟମିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କ କମ୍ପ୍ୟୁଟର କୌଶଳ ଦକ୍ଷତା ବଢ଼ାଇବା ପାଇଁ କୌଶଳୀ କ୍ଳବ୍ ତରଫରୁ ପ୍ରଶିକ୍ଷଣ କାର୍ଯ୍ୟ ଉଦଯାପିତ ହୋଇଯାଇଛି। ଏଥିରେ ଚିକିଟୀ ବ୍ଲକ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ନିଗମାନନ୍ଦ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଶିକ୍ଷଣ କାର୍ଯ୍ୟକୁ ଆଗକୁ ନେଇଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଉମା ଜୟନ୍ତୀଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏହି କାର୍ଯ୍ୟରେ ସହୋଯୋଗ କରିଥିଲେ। ଗୋବିନ୍ଦ ନଗର ସ୍ଥିତ ୟୁ.ଜି.ହାଇସ୍କୁଲର ସୁପ୍ରିୟା ପଣ୍ଡା ଏବଂ ପାତ୍ରପୁର ସ୍ଥିତ କରୁଣାକର ବିଦ୍ୟାପୀଠର ସାଇଲତା ଆଚାରୀ ତାଲିମ୍ ପ୍ରଦାନ କରିଥଲେ। ଏଥିରେ କୋଡ଼ିଂ, ସ୍କ୍ରାଚ, ଏବଂ ଆର୍ଟିଫିଶିଆଲ ଇଣ୍ଟିଲିଜେନ୍ସ୍ ଇତ୍ୟାଦି ବିଷୟରେ ତାଲିମ୍ ପ୍ରଦାନ କରାଯାଇଛି। ଶିକ୍ଷୟିତ୍ରୀ ତପସ୍ୱିନୀ ମିଶ୍ର କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।

ad-week
Leave A Reply

Your email address will not be published.