ପାଇପ୍‌ ଫାଟି ଭାସୁଛି ପାଣି

add-all

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ୱାର୍ଡ ନଂ ୫ ପାଟଣା ସାହିରେ ଜନସ୍ବାସ୍ଥ୍ୟ ବିଭାଗର ପାଇପ୍‌ ଫାଟି ପାଣି ନଷ୍ଟ ହେଉଛି।ପାନୀୟ ଜଳ ସଙ୍କଟକୁ ଦୂର କରିବାକୁ ରାଜ୍ୟ ସରକାର ଦିନରାତି ‘ଟ୍ୟାପ୍‌ ଟୁ ଓ୍ବାଟର’ ଯୋଜନା କାର୍ଯ୍ୟକାରୀ କରିବାକୁ ପ୍ରସ୍ତୁତ ହେଉଥିଲା ବେଳେ ଜନସ୍ବାସ୍ଥ୍ୟ ବିଭାଗୀୟ ଅଧିକାରୀମାନଙ୍କ ଅବହେଳା ଓ ଦାୟିତ୍ୱହୀନତା ଯୋଗୁ ପାନୀୟ ଜଳ ନଷ୍ଟ ହେବା ପରିତାପର ବିଷୟ।୧୫ ଦିନରୁ ଉର୍ଦ୍ଦ ହେଵ ପାଣି ଯୋଗାଣ ବେଳେ ଅନବରତ ରୋଡ ଉପରେ ଭାସୁଛି।
ରବିବାର ଅପରାହ୍ନରେ ଏ ନେଇ ହିଞ୍ଜିଳିକାଟୁ ଜନସ୍ବାସ୍ଥ୍ୟ ବିଭାଗ ଯନ୍ତ୍ରୀ ଶ୍ରୀଧର ଦାଶ ଙ୍କୁ ଅବଗତ କରାଯାଇଥିଲା ଏବଂ ତୁରନ୍ତ ମରାମତି ନିମନ୍ତେ କ’ଣ ପଦକ୍ଷେପ ନେଉଛନ୍ତି ବୋଲି ପଚାରିବାରୁ ସେ କହିଥିଲେ ଯେ, କାହାର ନିଜସ୍ବ ପାଣି ପାଇପ୍‌ ଫାଟିଥିବ, ତା’ର ମରାମତି କରିବାକୁ ଠିକାଦାରଙ୍କୁ କୂହାଯାଇଛ।

ad-week
Leave A Reply

Your email address will not be published.