ଚାନ୍ଦା କରି ରାସ୍ତାରେ ମୋରମ ଓ ଗୁଡି ବିଛାଇଲେ ଗ୍ରାମବାସୀ…

ଶୁଣିଲେନି ପ୍ରଶାସନ କି ରାଜନେତା…!!

add-all

ଫୁଲବାଣୀ ୧୫|୭: ବର୍ଷ ବର୍ଷ ଧରି ଗାଁ ରାସ୍ତା ଶୋଚନୀୟ ହୋଇ ପଡ଼ିଥିଲା । ରାସ୍ତା ମରାମତି ଗ୍ରାମବାସୀ ନିର୍ବାଚିତ ପ୍ରତିନିଧିଙ୍କ ନିକଟରେ ଗୁହାରୀ କରିଥିଲେ।ଶେଷରେ ନିଜ ଗ୍ରାମରକୁ ନିଜେ ତିଆରି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଳକ ଅନ୍ତର୍ଗତ ଗଞ୍ଜୁଗୁଡା ଗ୍ରାମପଞ୍ଚାୟତର ବଇଡ଼ା ପଦର ସାହି ବାସିନ୍ଦା।ବଇଡ଼ା ପଦର ସାହି ଠାରୁ ୧୫୭ ନମ୍ବର ଜାତୀୟ ରାଜପଥକୁ ସଂଯୋଗ କରୁଥିବା ରାସ୍ତା ଶୋଚନୀୟ । ବର୍ଷା ହେଲେ ରାସ୍ତାରେ ଯାତାୟତ ସମ୍ଭବ ହେଉନଥିଲା। ଶେଷରେ ପଦର ସାହି ଅଧିବାସୀ ନିଜ ନିଜ ମଧ୍ୟରେ ଚାନ୍ଦା କରିବା ସହ ଶ୍ରମଦାନ କରି ରାସ୍ତାରେ ମୋରମ ଓ ଗୁଡି ବିଛାଇଛନ୍ତି।ଯୁବ ଗୋଷ୍ଠୀ ଓ ବରିଷ୍ଠ ନାଗରିକ ରାସ୍ତା କାମରେ ନିୟୋଜିତ ହୋଇଥିଲେ।କେବଳ ଭୋଟ ସମୟରେ ପ୍ରତିଶୃତି ଦିଅନ୍ତି, ଭୋଟ ସରିଲେ ଆଉ କାହାର ଦେଖା ମିଳେନି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।ରାସ୍ତା ମରାମତି କରିବାକୁ ବାରମ୍ବାର ସରପଞ୍ଚ ଏବଂ ପ୍ରଶାସନକୁ ଅବଗତ କରାଯାଇଥିଲା ବୋଲି ଅଭିଯୋଗ କରିଛନ୍ତି ୱାର୍ଡ ମେମ୍ବର ଅରୁଣ କହଁରଙ୍କ ସମେତ ଗ୍ରାମର ବାଳକୃଷ୍ଣ କହଁର, ଗଣପତି କହଁର, ଜଳନ୍ଧର କହଁର , ନରୋତ୍ତମ କହଁର।ସୂଚନାଯୋଗ୍ୟ ଯେ କିଛି ଦିନ ତଳେ ଗାଁକୁ ଜନୈକା ବୃଦ୍ଧାଙ୍କ ମୃତଦେହ ନେଇ ଆସିଥିବା ମହାପ୍ରୟାଣ ଗାଡ଼ି ରାସ୍ତାରେ କାଦୁଅ ଯୋଗୁଁ ରାସ୍ତା କଡ଼କୁ ଖସିଯାଇଥିଲା।

ad-week
Leave A Reply

Your email address will not be published.