ବାହୁଡା଼ ଯାତ୍ରା ଉପଲକ୍ଷେ ମା ‘ ପାଟଖଣ୍ଡା ମାର୍କେଟ ବ୍ୟବସାୟୀ ସଂଘ ତରଫରୁ ପ୍ରସାଦ ବଣ୍ଟନ

add-all

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା’ପାଟଖଣ୍ଡା ମନ୍ଦିର ନିକଟରେ ଥିବା ମା ‘ ପାଟଖଣ୍ଡା ମାର୍କେଟ ବ୍ୟବସାୟୀ ସଂଘ ତରଫରୁ ପ୍ରଥମ ଥର ପାଇଁ ବାହୁଡ଼ାଯାତ୍ରା ଉପଲକ୍ଷେ ଏକ ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l ଏଥିରେ ମା ‘ ପାଟଖଣ୍ଡା ଦୁର୍ଗାପୂଜା ସମିତିର ସଭାପତି ଲଳିତ କୁମାର ପାତ୍ର, ସମ୍ପାଦକ ଶିବରାମ ପ୍ରଧାନୀ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଦୀପ ଧୂପ ପ୍ରଜ୍ଜଳନ କରି ଉଦଘାଟନ କରିବା ପରେ ବାହୁଡ଼ାଯାତ୍ରା ଦେଖିବା ପାଇଁ ଆସିଥିବା ହଜାର ହଜାର ଶ୍ରଦ୍ଧାଳୁ ମାନଙ୍କୁ ମନ୍ଦିର ପାର୍ଶ୍ଵରେ ପ୍ରସାଦ ବଣ୍ଟନ କରାଯାଇଥିଲା l

ଏଥିରେ ସଂଘ ଦ୍ୱାରା ଗଠିତ ହୋଇଥିବା ୭ ଜଣିଆ କମିଟି ସଦସ୍ୟ କାଳିନ୍ଦୀ ଚରଣ ପଣ୍ଡା, ପୁରୁଷୋତ୍ତମ ଡାକୁଆ, ପଦ୍ମନାଭ ପାଣିଗ୍ରାହୀ, ମନୋରଞ୍ଜନ ମହାପାତ୍ର, ଆନନ୍ଦ ଦାସ, ସୁଶାନ୍ତ କୁମାର ପାଣିଗ୍ରାହୀ, ଧର୍ମେନ୍ଦ୍ର ପାଣିଗ୍ରାହୀଙ୍କ ସମେତ ମାର୍କେଟର ସମସ୍ତ ବ୍ୟବସାୟୀ ସଦସ୍ୟ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ l

ad-week
Leave A Reply

Your email address will not be published.