ନବରଙ୍ଗପୁର : ସ୍କୁଲ ପରିସର ରେ ଭାଲୁ ଆତଙ୍କ…

add-all

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଦହଣା ପ୍ରାଥମିକ ବିଦ୍ୟାଳୟ ପରିସର ମଧ୍ୟରେ ଭାଲୁ ରହିଥିବା ଦେଖିବାକୁ ମିଳିଛି। ନିତିଦିନ ପରି ସ୍କୁଲ ଖୋଲି ପ୍ରଧାନଶିକ୍ଷକ ଓ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଛାତ୍ର ଛାତ୍ରୀ ସ୍କୁଲ ପରିସର ଭିତରକୁ ଯିବା ସମୟ ରେ ସ୍କୁଲ ର ଏକ ନିର୍ମାଣାଧୀନ ଗୃହ ସମ୍ମୁଖରେ ଭାଲୁ ଶୋଇ ରହିଥିବା ଦେଖିଥିଲେ । ସ୍କୁଲ ପ୍ରଧାନଶିକ୍ଷକ ଭାଲୁ ବିଷୟ ରେ ଉପରିସ୍ଥ ଅଧିକାରୀ ଙ୍କୁ ଜଣାଇଥିଲେ ଏବଂ ଉପରିସ୍ଥ ଅଧିକାରୀ ଙ୍କ ନିର୍ଦ୍ଧେଶ କ୍ରମେ ଛୋଟ ସ୍କୁଲ ଛାତ୍ର ଛାତ୍ରୀ ଙ୍କ ସୁରକ୍ଷା ଦୃଷ୍ଟି ରୁ ସ୍କୁଲ ରୁ ଛାତ୍ର ଛାତ୍ରୀ ଙ୍କୁ ନିଜ ନିଜ ଘରକୁ ଯିବା ପାଇଁ ନିର୍ଦେଶ ଦେଇଥିଲେ । ଘଟଣା ସ୍ଥଳ ରେ ସ୍କୁଲ ଉଚ୍ଚ କତ୍ତୃପକ୍ଷ ମଧ୍ୟ ପହଁଚିଛନ୍ତି । ଅପରପକ୍ଷରେ ନବରଙ୍ଗପୁର ବିଧାୟକ ଗୌରୀ ମାଝୀ ଘଟଣାସ୍ଥଳ ରେ ପହଁଚି ବନ ବିଭାଗ କୁ ଭାଲୁ ର ଉପସ୍ଥିତି ବିଷୟ ରେ ଜଣାଇ ତୁରନ୍ତ ଭାଲୁ କୁ ଉଦ୍ଧାର କରିବା ପାଇଁ ଆଲୋଚନା କରିଥିଲେ । ବର୍ତ୍ତମାନ ମଧ୍ୟ ଭାଲୁଟି ସ୍କୁଲ ପରିସର ମଧ୍ୟ ଶୋଇକି ରହି ଅଛି । ଯାହା ଫଳରେ ଭୟ ର ବାତାବରଣ ଦେଖା ଦେଇଛି । ସ୍କୁଲ ର ପାଚେରୀ ନ ଥିବାରୁ ପ୍ରାୟ ଅନେକ ସମୟ ରେ ସ୍କୁଲ ଭିତରକୁ ଭାଲୁ ସ୍କୁଲ ଭିତରକୁ ଅବାଧ ରେ ପ୍ରବେଶ କରୁଛି । ଯାହାକି ପ୍ରତି ମୁହୂର୍ତ୍ତରେ ଛାତ୍ରଛାତ୍ରୀ ତଥା ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଜୀବନ ପ୍ରତି ବିପଦ ରହୁଛି। ତୁରନ୍ତ ଏହାର ସମାଧାନ କରି ସ୍ୱାଭାବିକ ସ୍ଥିତି ଫେରାଇ ଆଣିବା ନିମନ୍ତେ ଅବିଭାବକ ତଥା ଗ୍ରାମବାସୀ ଦାବୀ କରିଛନ୍ତି।

ad-week
Leave A Reply

Your email address will not be published.