ମୁଖ୍ୟମନ୍ତ୍ରୀ ଙ୍କ ଜନ ଶୁଣାଣି ପ୍ରତ୍ୟେକ ଜିଲ୍ଲା ରେ ହେଲେ ଲୋକେ ଉପକୃତ ହେବେ : “ଆଇନ ଜିବୀ ଡାକ୍ତର ସୁବ୍ରତ ସାହୁ”…

add-all


ବ୍ରହ୍ମପୁର:୧୬-୭ ରାଜ୍ୟରେ ନୂଆ ସରକାର ଗଠନ ହେବା ପରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଠାରେ ଜନ ଶୁଣାଣି ରେ ଲୋକଙ୍କ ବିଭିନ୍ନ ସମସ୍ୟା ଉପରେ ତର୍ଜମା କରୁଛନ୍ତି। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ସହ ସହ ଲୋକେ ଜନ ଶୁଣାଣି କୁ ଯାଇ ସେମାନଙ୍କ ସମସ୍ୟା ସମ୍ପର୍କ ରେ ପଜିକୃତ କରୁଛନ୍ତି। ଏହି ଜନ ଶୁଣାଣି କୁ ବହୁ ଗରିବ ଗୁରୁବା ଖର୍ଚ୍ଚ କରି ଯାଇ ପାରୁ ନାହାନ୍ତି। ପ୍ରତେକ ଜିଲ୍ଲା ରେ ଦିନ ଧାର୍ଯ୍ୟ ପ୍ରଚାର ପ୍ରସାର କରି ଜନ ଶୁଣାଣି କରିଲେ ଗରିବ ଲୋକେ ଅଧିକ ଉପକୃତ ହେବେ। ଏହି ଜନ ଶୁଣାଣି ପ୍ରେତେକ ଜିଲ୍ଲା ରେ ହେଲେ ସେ ଅଞ୍ଚଳ ର ପ୍ରଶାସନ ସଜାଗ ହେବା ସହ ସରକାର ଙ୍କ ବିଭିନ୍ନ ଯୋଜନା ଆଉ ବାଟ ମାରଣା ହେବ ନାହିଁ। ଜନ ଶୁଣାଣି ପୂର୍ବ ସରକାର ଜିଲ୍ଲାପାଳ ଙ୍କ ସମେତ ଜିଲ୍ଲାର ଅନ୍ୟ ବିଭାଗ ଅମଲାତନ୍ତ୍ର ମାନେ ବି ଯୋଗ ଦେଉଥିଲେ। ହେଲେ ସେ ଅଭିଯୋଗ ଶୁଣାଣି କେବଳ ଧର୍ମକୁ ଆଖିଠାର ସଦୃଶ୍ୟ ଥିଲା। ରାଜ୍ୟର କୋଣ ଅନୁକଣ ରୁ ଲୋକେ ଭୁବନେଶ୍ୱର ଯାଇ ଅଯଥା ଖର୍ଚ୍ଚାନ୍ତ ହେବା ସହ ଦୀର୍ଘ ଘଣ୍ଟା ଅପେକ୍ଷା କରିବା କୁ ପଡ଼ୁ ଥିବା ନେଇ ଚର୍ଚ୍ଚା ହେଲାଣି।

ad-week
Leave A Reply

Your email address will not be published.