ଗୋଳନ୍ଥରା ଥାନା ଅନ୍ତର୍ଗତ ଜଗନାଥପୁରରେ ବଧୂହତ୍ୟା ଅଭିଯୋଗ

add-all

ପୋଲିସ ଆଖିରେ ଧୂଳିଦେଇ ଥାନାରୁ ଅଭିଯୁକ୍ତ ଫେରାର…

ବ୍ରହ୍ମପୁର : ଭଉଣୀଙ୍କୁ ହତ୍ୟା କରାଯିବା ଅଭିଯୋଗ ଆଣିଛନ୍ତି ଭାଇ ରାଜେଶ କୁମାର ମହାରଣା।ଗୋଳନ୍ଥରା ଥାନା ଅନ୍ତର୍ଗତ ଜଗନ୍ନାଥପୁର ଓଡ଼ିଆରପି କଲୋନୀରେ ନବବଧୂ ରାଣୀ ମହାରଣା ଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଆରୁଆ ପଲ୍ଲୀ ଗ୍ରାମର ରାଣୀ ମହାରଣାଙ୍କ ସ‌ହିତ ଓଡ଼ିଆରପି କଲୋନୀର ଲକ୍ଷ୍ମୀ ମହାରଣା ଙ୍କ ଚାରି ମାସ ତଳେ ଅର୍ଥାତ ମାର୍ଚ୍ଚ ୧୦ ତାରିଖ ରେ ବିବାହ ହୋଇଥିଲା । କିଛି ଦିନ ଖୁସି ରହିବା ପରେ ରାଣୀକୁ ଯୌତୁକ ଜନିତ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦିଆଯାଉଥ‌ିବା ଅଭିଯୋଗ ହୋଇଛି |ସୋମବାର ଅପରାହ୍ନରେ ରାଣୀଙ୍କ ମୃତ୍ୟୁହୋଇଥିବା ନେଇ ତାଙ୍କ ମା ଘର ପରିବାର ଲୋକଙ୍କୁ ଲକ୍ଷ୍ମୀ ଜଣାଇଥିଲେ। ସନ୍ଧ୍ୟାରେ ରାଣୀଙ୍କ ଭାଇ ରାଜେଶ କୁମାର ମହାରଣା ଘଟଣା ସ୍ଥଳରେ ପହଞ୍ଚି ରାଣୀଙ୍କ ମରଶରୀର ଖଟରେ ପଡି ରହି ଥିବା ଦେଖିବାକୁ ପାଇଥିଲେ। ଏ ସମ୍ପର୍କରେ ରାଜେଶ ଗୋଳନ୍ଥରା ଥାନାରେ ରାଣୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି। ପୁଲିସ ମୃତ ଦେହ କୁ ଜବତ କରି ବ୍ରହ୍ମପୁର ବଡ଼ ମେଡିକାଲ କୁ ବ୍ୟବଛେଦ ନିମନ୍ତେ ପଠେଛଥିବା ବେଳେ ସ୍ୱାମୀ ଲଷ୍ମୀ ମହାରଣା ଙ୍କୁ ପୋଲିସ ମେଡିକାଲ ଫାଣ୍ଡିରେ ଅଟକ ରଖି ତଦନ୍ତ କରିବା ସମୟରେ ଅଭିଯୁକ୍ତ ପୋଲିସ ଆଖିରେ ଧୂଳି ଦେଇ ଚମ୍ପୋଟ ମାରିଛି।ଅଭିଯୁକ୍ତ ଚମ୍ପୋଟ ହେବା ପରେ ଅଭିଯୁକ୍ତଙ୍କୁ ଗିରଫ ଦାବି କରି ମୃତ ରାଣୀ ମହାରଣାଙ୍କ ପରିବାର ଶବକୁ ଗଳନ୍ଥରା ଥାନା ସମ୍ମୁଖରେ ରଖି ଧାରଣାରେ ବସିଥିଲେ।
ପୋଲିସ ପକ୍ଷରୁ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପ୍ରତିଶୃତି ମିଳିବା ପରେ ପରିବାର ଲୋକେ ଧାରଣାରୁ ଉଠିଥିଲେ ।

ad-week
Leave A Reply

Your email address will not be published.