ଆଜି ବିଶ୍ୱ ସର୍ପ ଦିବସ, ଝିଅଟି ପିଲାଟି ଦିନରୁ ସାପ ଧରିବା ଅଭ୍ୟାସ, ଏ ପର୍ଯ୍ୟନ୍ତ ଧରିଛନ୍ତି ୨୦୦ରୁ ଅଧିକ ସାପ ।

add-all

ବ୍ରହ୍ମପୁର : ଆଜି ବିଶ୍ୱ ସର୍ପ ଦିବସ । ଲୋପ ପାଇବାକୁ ବସିଲାଣି ବହୁ ପ୍ରାଣୀ ଜୀବଙ୍କ ବଂଶ। ସର୍ପଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ସୁରକ୍ଷା ଦେବା ଆବଶ୍ୟକ ରହିଛି । ଏଭଳି ସ୍ଥଳେ ବ୍ରହ୍ମପୁରର ଜଣେ ନାବାଳିକା ଦୁଃସାହାସିକ କାର୍ଯ୍ୟ ଜାରି ରଖିଛନ୍ତି। ଝିଅଟିଏ ହୋଇ ଵି 14 ବର୍ଷ ହେଲା ସମାଜ ସେବାରେ ନିଜକୁ ସାମିଲ କରିଛନ୍ତି। ଖବର ପାଇବା ମାତ୍ରେ ସାପକୁ ଯତ୍ନର ସହକାରେ ଉଦ୍ଧାର କରି ସୁରକ୍ଷିତ ଭାବେ ବନ ବିଭାଗକୁ ହସ୍ଥାନ୍ତର କରୁଥିବା କହିଛନ୍ତି ଵି. କାଜଲ ପାତ୍ର। ସାପକୁ ଦେଖିଲେ ଭୟଭୀତ ନହୋଉ କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ନକରି ଖବର ଦେବାକୁ ଅନୁରୋଧ କରିଛନ୍ତି। 5 ବର୍ଷ ବୟସରୁ ବାପାଙ୍କ ସହ ମିଶି ଏଭଳି ସାପ ଧରୁଥିବା ସେ କହିଛନ୍ତି। ଏ ପର୍ଯ୍ୟନ୍ତ 200 ରୁ ଉର୍ଦ୍ଧ ସାପ ଧରିଥିବା ସେ କହିଛନ୍ତି।. ଗତ 20 ବର୍ଷ ହେଲା 14 ହଜାରରୁ ଉର୍ଦ୍ଧ ସାପ ଧରିଥିବା ବେଳେ ସାଥିରେ ଝିଅ ଵି ଆସି ଏଥିପ୍ରତି ଆକୃଷ୍ଟ ହୋଇଥିବା ବାପା ଵି ରାମା ପାତ୍ର କହିଛନ୍ତି. ସାପକୁ ଦେଖିଲେ ଭୟଭୀତ ନହୋଉ ସତର୍କତା ଭଳି ପଦକ୍ଷେପ ଗ୍ରହଣ କରିବାକୁ ସେ ପରାମର୍ଶ ଦେଇଛନ୍ତି |

ad-week
Leave A Reply

Your email address will not be published.