ପାଲାନାଚ ହାସ୍ୟ ଅଭିନେତାଙ୍କ ପରଲୋକ

add-all

ପାତ୍ରପୁର : ପାତ୍ରପୁର ବ୍ଳକ ସପଙ୍ଗ ଗ୍ରାମର ପାଲା ନାଚ ର ପ୍ରସିଦ୍ଧ ହାସ୍ୟ ଅଭିନେତା ରାଜେନ୍ଦ୍ର ଦାସ (୮୦) ଙ୍କ ପରଲୋକ ଘଟିଛି। ବୁଧବାର ସକାଳ ସମୟରେ ରାଜେନ୍ଦ୍ର ବାରଣ୍ଡା ରେ ବସିଥିବା ଅବସ୍ଥାରେ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା। ଆଷାଢ଼ ମାସ ବଡ ଏକାଦଶୀ ରେ ରାଜେନ୍ଦ୍ର ଙ୍କ ଅକସ୍ମାତ୍ ମୃତ୍ୟୁ କୁ ନେଇ ସେ ପୁଣ୍ୟାତ୍ମା ବ୍ୟକ୍ତି ଅଟନ୍ତି ବୋଲି ଲୋକେ ବିବେଚନା କରିଛନ୍ତି।

ତାଙ୍କ ମର ଶରୀର କୁ ପୁରୀ ସ୍ଵର୍ଗଦ୍ଵାର ନେଇ ସଂସ୍କାର କରଯାଇଛି।ସେ ଅଶି ବର୍ଷ ବୟସରେ ମଧ୍ୟ ଗ୍ରାମ ଗ୍ରାମ ବୁଲି ପାଲା ପରିବେଷଣ କରିବା ସହ ହାସ୍ୟ ଅଭିନେତା ଭାବେ ସୁପରିଚିତ ଥିଲେ। ତାଙ୍କ ବିୟୋଗ ରେ ବିଧାୟକ ମନୋରଂଜନ ଦ୍ୟାନ ସାମନ୍ତରା , ପାଲା ଗୁରୁ ଯୋଗେନ୍ଦ୍ର ପ୍ରଧାନ, ବ୍ଳକ କଳା ସଂସ୍କୃତି ସଂଘ ଉପ ସଭାପତି ମାଧବ ବାଡତ୍ୟା, ସଂଗୀତ ଶିକ୍ଷକ ସପନ ପ୍ରଧାନ , ଅଲ ଇଣ୍ଡିଆ ଥିଏଟର କାଉନସିଲର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଗୋପାଳ ପାଢ଼ୀ ଓ ପାତ୍ରପୁର ବ୍ଲକ ର ସମସ୍ତ ପାଲା ଗାୟକ ମାନେ ଦୁଃଖ ପ୍ରକାଶ କରିବା ସହ ଅମର ଆତ୍ମା ର ସଦଗତି କାମନା କରିଥିଲେ।

ad-week
Leave A Reply

Your email address will not be published.