ରାଜ୍ୟ ବିହନ ନିଗମର ଗଞ୍ଜାମ ଜିଲ୍ଲା ନୋଡାଲ ଅଧିକାରୀଙ୍କ ଗଞ୍ଜାମ ଓ ଛତ୍ରପୁର ବ୍ଲକ ଗସ୍ତ

ଛତ୍ରପୁର : ଓଡିଶା ରାଜ୍ୟ ବିହନ ନିଗମର ଗଞ୍ଜାମ ଜିଲ୍ଲା ନୋଡାଲ ଅଧିକାରୀ ଭାବେଶ କୁମାର ନାୟକ ଗଞ୍ଜାମ ଜିଲ୍ଲାର ଗଞ୍ଜାମ ଓ ଛତ୍ରପୁର ବ୍ଲକ ଗସ୍ତ କରି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଥିଲେ l ଗଞ୍ଜାମ ବ୍ଲକର କଣ୍ଟିଆଗଡ଼ ଗ୍ରାମରେ ଚାଲିଥିବା ଫାର୍ମ ପଣ୍ଡ ଓ ରାମଗଡ଼ ପଞ୍ଚାୟତରେ ଚାଲିଥିବା ଅର୍ଗାନିକ ଚାଷକୁ ବୁଲି ଦେଖିଥିଲେ l ପରେ ଛତ୍ରପୁର ବ୍ଲକର ଘଡ ଘଡ଼ାପଲ୍ଲୀ ରେ ଚାଲିଥିବା ଛତୁ ଚାଷ କୁ ବୁଲି ଦେଖିଥିଲେ l

ସେମାନଙ୍କ କାର୍ଯ୍ୟ ପ୍ରଣାଳୀ ଓ ବିଭାଗ ପକ୍ଷରୁ କଣ ସବୁ ସୁବିଧା ସୁଯୋଗ ପ୍ରଦାନ କରାଯାଉଛି ସେ ସମ୍ପର୍କରେ ନୋଡାଲ ଅଧିକାରୀ ଶ୍ରୀ ନାୟକ ସେମାନଙ୍କୁ ପଚାରି ବୁଝିଥିଲେ l ନୋଡାଲ ଅଧିକାରୀଙ୍କ ଏହି ସମୀକ୍ଷା ବେଳେ ଗଞ୍ଜାମ ଜିଲ୍ଲା ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ରବି ନାରାୟଣ ପଣ୍ଡା, ଗଞ୍ଜାମ ବ୍ଲକ ଗୋଷ୍ଠୀ କୃଷି ଅଧିକାରୀ ତଥା ବ୍ରହ୍ମପୁର ମୃତ୍ତିକା ସଂରକ୍ଷଣର ଆସିଷ୍ଟାଣ୍ଟ ଡାଇରେକ୍ଟର ରଶ୍ମିତା ମହାପାତ୍ର, ଆତ୍ମାର ଡେପୁଟି ପ୍ରୋଜେକ୍ଟ ଡ଼ାଇରେକ୍ଟର ଅଜିତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ l

ad-week
Leave A Reply

Your email address will not be published.