ଶ୍ରୀମନ୍ଦିର ସମ୍ମୁଖରେ ରଥ ଉପରେ ଶ୍ରୀଜୀଉଙ୍କ ସୁନାବେଶ ଦର୍ଶନ କଲେ ଶ୍ରଦ୍ଧାଳୁ ଭକ୍ତ

add-all

ମାଲକାନଗିରି (୧୭/୭) : ମାଉସି ମା ମନ୍ଦିର ରୁ ଶ୍ରୀ ମନ୍ଦିର କୁ ବାହୁଡ଼ି ଆସିଛନ୍ତି ଭାଇ ଭଉଣୀ ଙ୍କୁ ସାଥିରେ ଧରି ପ୍ରଭୂ ଶ୍ରୀଜଗନ୍ନାଥ। ମନ୍ଦିର ସମ୍ମୁଖରେ ରଥ ଉପରେ ଆଜି ଚତୁର୍ଦ୍ଧାମୂର୍ତ୍ତି ସୁନା ବେଶ ରେ ସଜେଇ ହୋଇ ଝଟକୁଛନ୍ତି। ଶ୍ରୀଜୀଉଙ୍କ ସୁନା ବେଶ ଦର୍ଶନ ଓ ସନ୍ଧ୍ୟା ଆଳତି ଦର୍ଶନ ପାଇଁ ମାଲକାନଗିରି ଶ୍ରୀଜଗନ୍ନାଥ ଙ୍କ ମନ୍ଦିର ସମ୍ମୁଖ ରେ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗିଥିଲା। ତିନି ଠାକୁର ଙ୍କ ସୁନା ବେଶ ଦର୍ଶନ କରି ବିଭୋର ହୋଇଥିଲେ ଶ୍ରଦ୍ଧାଳୁ ଭକ୍ତ ।
ପୁରି ଶ୍ରୀମନ୍ଦିର ରିତିନିତି ଅନୁସାରେ ସମସ୍ତ ପ୍ରକାର ପ୍ରଥା ଚଳିଆସୁଥିବା ବେଳେ ଆଦିବାସୀ ଅଧ୍ୟଷିତ ମାଲକାନଗିରି ଜିଲ୍ଲାସଦର ମହକୁମା ଠାରେ ଥିବା ଶ୍ରୀଜଗନ୍ନାଥ ଙ୍କ ମନ୍ଦିରରେ ରେ ସେନିତୀ ରିତି କେଉଁ ଆବାହନକାଳରୁ ପ୍ରଚଳିତ ହୋଇଆସୁଛି ।ମନ୍ଦିର ପୂଜକ ସନ୍ତୋଷ କୁମାର ନନ୍ଦ ଠାକୁର ଙ୍କ ନିକଟରେ ନାନା ପ୍ରକାର ଫଳମୂଳ ବାଲ୍ୟଭୋଗ, ନାନା ପ୍ରକାର ମିଷ୍ଟନ ଭୋଗ ଲଗାଇ ସାରିବା ପରେ ସନ୍ଦ୍ୟା ଆଳତି କରିଥିଲେ, ସନ୍ଦ୍ୟା ଆଳତି ଦର୍ଶନ ପରେ ଜୟବଜରଙ୍ଗ କୀର୍ତନ ମଣ୍ଡଳୀ ପକ୍ଷରୁ ଭଜନ ସମାରୋହ କରାଯାଇଥିଲା, ଅନୁରୁପ ଭାବେ ବନ ବିଭାଗ ମନ୍ଦିରରେ ମଧ୍ୟ ଚତୁର୍ଧା ମୂର୍ତି ରିତି ନିତୀ ଅନୁସାରେ ପୁଜକ ରାଧେଶ୍ୟାମ ସାମନ୍ତରାୟ ଠାକୁର ଙ୍କ ସୁନା ବେଶ କରିଥିଲେ,ଜିଲ୍ଲା ର ବିଭିନ୍ନ ସ୍ଥାନରେ ପ୍ରଭୂ ଙ୍କ ସୁନା ବେଶ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଲାଗିଥିଲା.

ad-week
Leave A Reply

Your email address will not be published.