ସମୁଦ୍ରରେ ବୁଡି ୧୪ ବର୍ଷର ବାଳକ ମୃତ

add-all

ଛତ୍ରପୁର. : ଚମାଖଣ୍ଡି ଥାନା ଅନ୍ତର୍ଗତ ବନ୍ଦର ଓ ରେ କତୁରୁ ନିକଟରେ ଥିବା ସମୁଦ୍ର ରେ ବୁଡି ଜଣେ ୧୪ ବର୍ଷର ବାଳକର ମୃତ୍ୟୁ ଘଟିଛି l ମୃତ ବାଳକ ଜଣକ ହେଲେ ଶ୍ରୀ ରାମଚନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ରାମାୟାପଲ୍ଲୀ ଗ୍ରାମର ଜି. ଦାନିସ ବୋଲି ସୂଚନା ମିଳିଛି | ମିଳିଥିବା ସୂଚନାମୁତାବକ ଜି. ଦାନିସ ତାଙ୍କ ସାଙ୍ଗ ମାନଙ୍କ ସହିତ ବନ୍ଦର ଓ ରେ -କତୁରୁ ନିକଟ ସମୁଦ୍ର ରେ ଗାଧେଇବାକୁ ଯାଇଥିଲେ | ସେଠାରେ କୋଣସି କାରଣ ବଶତଃ ସମୁଦ୍ର ରେ ବୁଡି ଯାଇଥିଲେ, ଏହା ଦେଖି ସ୍ଥାନୀୟ ବାସିନ୍ଦା ମାନେ ପରିବାର ଲୋକଙ୍କୁ ଖବର ଦେଇଥିଲେ, ପରିବାର ତାଙ୍କୁ ଏମ କେସିଜି ମେଡିକାଲ ରେ ଭର୍ତି କରିଥିଲେ, ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ଏନେଇ ଗ୍ରାମ୍ୟ କମିଟି, ସ୍ଥାନୀୟ ସରପଞ୍ଚ ଏସ. ସଂଜୀବ ରେଡ୍ଡୀ ଓ ଶ୍ରମିକ ନେତା ଶଙ୍କର ପ୍ରସାଦ ଦାଶ ଙ୍କ ଅନୁରୋଧ କ୍ରମେ ଚମାଖଣ୍ଡି ଥାନା ପୋଲିସ ମେଡିକାଲ ରେ ପହଁଚି ୧୧/୨୦୨୪ ନଂ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଛେଦ ନିମନ୍ତେ ପଠାଇଥିଲେ | ପରେ ମୃତ ଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା ବୋଲି ଏସଆଇ ମାନସୀ ସାହୁ ସୂଚନା ଦେଇଛନ୍ତି |

ad-week
Leave A Reply

Your email address will not be published.