ଡ଼ବଲ ଇଞ୍ଜିନ ସରକାର ରେ ଡବଲ ପରିବା ଦର..!ସରକାର ଙ୍କ ହୁକୁମ ମାନୁନାହାନ୍ତି ବାବୁ ମାନେ…!!

ନିୟନ୍ତ୍ରଣ ବାହାରେ ପରିବା ଦର ଗ୍ରାହକ ମୁଣ୍ଡରେ ଚଡକ…

add-all


ବ୍ରହ୍ମପୁର:୧୯-୭ ସାରା ରାଜ୍ୟରେ ପନିପରିବା ଠାରୁ ନିତ୍ୟ ବ୍ୟବହାର ସାମଗ୍ରୀ ର ଆକାଶ ଛୁଆଁ ଦର ବୃଦ୍ଧି ଘଟିଛି। ନିର୍ବାଚନ ପରେ ଠାରୁ ଗରିବ ଖଟିଖିଆ ଠାରୁ ସମସ୍ତ ଶ୍ରେଣୀର ଲୋକେ ଦରଦାମ ବୃଦ୍ଧି ରୁ ବର୍ତ୍ତୀ ନାହାନ୍ତି। ବିଭିନ୍ନ ଗଣମାଧ୍ୟମ ରେ ରୀତିମତ ଦରବୃଦ୍ଧି ନେଇ ଖବର ପ୍ରକାଶ ହେଉଛି। କିଛି ଦିନ ତଳେ ସରକାର ଙ୍କ ପକ୍ଷରୁ ଦରଦାମ ବୃଦ୍ଧିକୁ ନିୟନ୍ତ୍ରଣ କରିବାକୁ ଜିଲ୍ଲା ପାଳ ମାନଙ୍କୁ ନିର୍ଦ୍ଧେଶ ଦିଆଯାଇଥିଲା। ଏଥିରେ ସୁଧାର ନ ଆସିବା ଫଳରେ ବିଭାଗୟୀ ମନ୍ତ୍ରୀ ମହାଶୟ ବଜାର ରେ ବିଭିନ୍ନ ସାମଗ୍ରୀ ର ଦର ପଚାରି ବୁଝିଥିଲେ। ଏବେ ବି କୌଣସି ବାବୁ ମାନେ କଳା ବଜାର କାରୀଙ୍କ ଉପରେ ଚଢ଼ାଉ କରିଥିବାର ନଜିର ନାହିଁ।ଲୋକେ ଧର୍ମକୁ ଆଦରି ଚୁପଚାପ ଯେତିକି କମେଇ ସେତିକି ଖରିଦ କରି ଆସୁଥିବା ଦେଖି ବାକୁ ମିଳିଛି। ବହୁ ରୂପୀ ଏଣ୍ଡୁଅ ଭଳି ନେତା ମାନେ ରଙ୍ଗ ବଦେଳେ ଇଲା ଭଳି ବୟାନବାଜୀ କରିବା ଫଳରେ ସାଧାରଣ ଲୋକେ ଏଭଳି ମହଙ୍ଗା ମାଡ଼ରେ ସମ୍ମୁଖୀନ ହେଉଥିବା ନେଇ ଚର୍ଚ୍ଚା ହେଉଛି।

ad-week
Leave A Reply

Your email address will not be published.