ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଦାନ୍ତ ବହିର୍ବିଭାଗର ଶୁଭାରମ୍ଭ

add-all

ଛତ୍ରପୁର : ମୁନିସିପେଣ୍ଠ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଦୀର୍ଘଦିନ ହେଲା ଦନ୍ତ ଚିକିତ୍ସକ ଥିବା ସତ୍ତ୍ବେ, ଦାନ୍ତ ଚିକିତ୍ସା ଉପକରଣମାନ ଆଜି ଅଧିକ୍ଷକ ଡ଼ା ସୌମ୍ୟ କାନ୍ତ ମହାପାତ୍ର ଓ ଦାନ୍ତ ଚିକିତ୍ସକ ଡ଼ା ଅଜିତ ନାୟକ ଙ୍କ ତତ୍ତ୍ଵାବଧାନରେ ସ୍ଥାପିତ କରାଯାଇଛି। ଏହି ପରିପ୍ରେକ୍ଷୀରେ ଡ଼ା ମହାପାତ୍ର ଖୁସି ବ୍ୟକ୍ତ କରି ଗଞ୍ଜାମ
ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ ଡ଼ା ଉମା ଶଙ୍କର ମିଶ୍ର ଙ୍କୁ ଧନ୍ୟବାଦ ଦେଇକହିଛନ୍ତି ଯେ ଏଥର ସବୁ ଦାନ୍ତ ସମସ୍ୟା ଥିବା ରୋଗୀ ସମ୍ପୂର୍ଣ୍ଣ ଚିକିତ୍ସା ପାଇପାରିବେ। ତତ୍ ସହିତ ଡା ନାୟକ କହିଛନ୍ତି ଯେ ବହୁ ଦିନ ପରେ ଉପକରଣ ସ୍ଥାପିତ ହେବା ଦ୍ବାରା ଦାନ୍ତ ଜନିତ ସମସ୍ୟାର ବହୁ ମାତ୍ରାରେ ସମାଧାନ ହେଇପାରିବ। ଉକ୍ତ ସମାରୋହ ରେ ସମସ୍ତ ଡାକ୍ତର ବୃନ୍ଦ , ପିଏଚଇଓ, ବିପିଏମ, ବାମ, ବି ଡି ଏମ ଓ ସମସ୍ତ ସ୍ବାସ୍ଥ୍ୟ କେନ୍ଦ୍ର କର୍ମଚାରୀ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.