ଫୁଲବାଣୀ ପୌରାଧ୍ୟକ୍ଷାଙ୍କ ଅନସ୍ଥା ପ୍ରସ୍ତାବର ନିଷ୍ପତ୍ତି ପୁଣି ଆସନ୍ତା ୨୩ ତାରିଖକୁ ଘୁଞ୍ଚିଲା

add-all

ଫୁଲବାଣୀ : ଫୁଲବାଣୀ ପୌର ପରିଷଦର ପୌରାଧ୍ୟକ୍ଷା ସ୍ମିତା ରାଣୀ ମହାନ୍ତିଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ନେଇ ଆଜି ହେବାକୁ ଥିବା ବୈଠକ ଏବଂ ତାଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ର ନିଷ୍ପତ୍ତି ପୁଣି ଆସନ୍ତା ୨୩ ତାରିଖରେ ହେବା ନେଇ ସମସ୍ତ କାଉନସିଲର ମାନଙ୍କୁ ପତ୍ର ଜରିଆରେ ଜଣାଇଛନ୍ତି କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ। ଆଜି ହେବାକୁ ଥିବା ବୈଠକକୁ ପରିଚାଳନା ତଥା ଆବଶ୍ୟକ ପଡିଲେ ନିର୍ବାଚନ କରିବା ଦାୟିତ୍ଵରେ ଥିବା କନ୍ଧମାଳ ଅତିରିକ୍ତ ଜିଲ୍ଲାପାଳ (ନିର୍ବାଚନ) ରମେଶଚନ୍ଦ୍ର ଜେନାଙ୍କ ଅନୁପସ୍ଥିତି ଯୋଗୁଁ କନ୍ଧମାଳ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ରେ ଫୁଲବାଣୀ ଉପଜିଲ୍ଲାପାଳ ଚିତ୍ତରଞ୍ଜନ ମହାନ୍ତ ସଭାରେ ପହଞ୍ଚିଥିଲେ । ଆଜି  ପୌରପରିଷଦ ସଭାଗୃହ ଠାରେ ଉପଜିଲ୍ଲାପାଳ ଚିତ୍ତ ରଞ୍ଜନ ମହାନ୍ତ ଓ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ସୁଜିତ କୁମାର ଚୌଧୁରୀ, ତହସିଲଦାର ସଚ୍ଚିଦାନନ୍ଦ ନାୟକଙ୍କ ଉପସ୍ଥିତିରେ ବୈଠକ ଅନୁଷ୍ଠିତ ହୋଇଥିଲା l

ଉକ୍ତ ବୈଠକରେ ଫୁଲବାଣୀ ପୌର ପରିଷଦର ୧୨ ଏବଂ ୫ ନମ୍ବର ଓ୍ବାର୍ଡ ର କାଉନ୍ସିଲରଙ୍କ ବ୍ଯତୀତ ଅନ୍ୟ ସମସ୍ତ ୧୧ ଜଣ କାଉନସିଲର ଉପସ୍ଥିତ ଥିଲେ। ହେଲେ ପୌରାଧ୍ୟକ୍ଷା ସ୍ମିତାରାଣୀ ମହାନ୍ତିଙ୍କୁ ମଧ୍ଯ ସଭାରେ ଉପସ୍ଥିତ ରହିବା ପାଇଁ ଜିଲ୍ଲାପାଳ ଚିଠି ଜରିଆରେ ଜଣାଇଥିଲେ ମଧ୍ୟ ସେ ଆଜି ସଭାରେ ଅନୁପସ୍ଥିତ ଥିଲେ।  ଦିର୍ଘ ସମୟ ଧରି ଆଲୋଚନା ପରେ ପ୍ରଶାସନ ପକ୍ଷରୁ ତିନିଦିନ ପରେ ଜଣାଯିବ ବୋଲି କୁହାଯାଇଥିଲା l ଏହି ନିଷ୍ପତ୍ତି କୁ ବିରୋଧ କରିବା ସହିତ ଆଜି ହିଁ ଅନାସ୍ଥା ପ୍ରସ୍ତାବ ଗ୍ରହଣ ସମେତ ପ୍ରଶାସନର ଚିଠି ମୁତାବକ କାର୍ଯ୍ୟ କରିବା ଜିଦରେ ଅଡି ବସିବା ସହ  ପୌର ପରିଷଦ ଆଗରେ ବିଜେଡି ପକ୍ଷରୁ ଧାରଣା ଦିଆଯାଇଥିଲା। ପ୍ରକାଶ ଥାଉ କି ପୌରାଧ୍ଯକ୍ଷାଙ୍କ ବିରୋଧରେ ଦିତୀୟ ଥର ଜିଲ୍ଲାପାଳ ନୋଟିସ ଜାରି କରିବା ପରେ ଜିଲ୍ଲାପାଳଙ୍କ ଚିଠି ଅନୁଯାୟୀ, ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ପାଇଁ ଶୁକ୍ରବାର ଦିନ ଧାର୍ଯ୍ୟ କରାଯାଇଥିଲା । ବୈଠକ ପରେ ଆବଶ୍ୟକ ସ୍ଥଳେ ଅନାସ୍ଥା ପାଇଁ ଭୋଟ୍ ଗ୍ରହଣ କରା‌ଯିବ ବୋଲି ସୂଚନା ଥିଲା ।ପୌର ପରିଷଦର ୧୩ ଜଣ କାଉନ୍‌ସିଲରଙ୍କ ମଧ୍ୟରୁ ୧୧ ଏପ୍ରିଲ ୧୦ରେ ଅନାସ୍ଥା ପ୍ରସ୍ତାବ ପାଇଁ ଜିଲ୍ଲାପାଳଙ୍କୁ ଜଣାଇଥିଲେ । ଜିଲ୍ଲାପାଳଙ୍କ ଅଫିସ୍‌ରୁ ଏନେଇ ସମସ୍ତ କାଉନ୍‌ସିଲରଙ୍କୁ ନୋଟିସ୍ ମଧ୍ୟ କରାଯାଇଥିଲା।

ଏହା ବିରୋଧରେ ପୌରାଧ୍ଯକ୍ଷା ହାଇକୋଟଙ୍କ ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟ ପୁଣି ଥରେ ତାରିଖ  ଧାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦେବା ପରେ ଜିଲ୍ଲାପାଳ ଦ୍ବିତୀୟ ଥର ନୋଟିସ୍ ଜାରି କରିଥିଲେ । ପୌରାଧ୍ଯକ୍ଷା ଏହା ବିରୋଧରେ ପୁଣି ଥରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ବର୍ତ୍ତମାନ ସୁଦ୍ଧା ଏନେଇ ଜିଲ୍ଲା ପ୍ରଶାସନ ନିକଟରେ କୌଣସି ସୂଚନା ନ ଥିବା ସୂଚନା ରହିଛି l  ଆଜିର ଏହି ବୈଠକ ଉପରେ ସମସ୍ତଙ୍କ ନଜର ରହିଥିଲା ।ହେଲେ ଅତିରିକ୍ତ ଜିଲ୍ଲାପାଳଙ୍କ ଅନୁପସ୍ଥିତ ରେ ଆସନ୍ତା ୨୩ ତାରିଖରେ ଏହି ବୈଠକ ଫୁଲବାଣୀ ଉପଜିଲ୍ଲାପାଳଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହେବ ବୋଲି ଫୁଲବାଣୀ ପୌର ନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି।ଦେଇଥିବା ଏହି ସଂକ୍ରାନ୍ତରେ  ଜିଲ୍ଲାପାଳ ପୁଣି ପୌରାଧ୍ୟକ୍ଷାଙ୍କ ସମେତ ସମସ୍ତ କାଉନ୍ସିଲରଙ୍କୁ ଚିଠି ଜରିଆରେ ସୁଚିତ କରିଥିବା ନେଇ କହିଛନ୍ତି।

ad-week
Leave A Reply

Your email address will not be published.