
ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକର ଦୁର୍ଗମ ଇଲାକା ଭାବେ ପରିଚିତ ତେଲାରାଇ ଓ ମାନ୍ୟମକୋଣ୍ଡା ପଞ୍ଚାୟତର ଘାଟି ଅଞ୍ଛଳରେ ବର୍ଷା ହେଲେ ଶୀକ୍ଷକ ମାନେ ସ୍କୁଲ ଗୁଡିକ ବନ୍ଦ କରି ରଖୁଥିବା ଦେଖିବାକୁ ମିଳିଛି। ପାହାଡିଆ ଅଞ୍ଚଳ ହୋଇଥିବାରୁ ଖୁବ କମ୍ ସମୟ ସରକାରୀ ବାବୁ ମାନେ ଏହି ଅଞ୍ଚଳ ଗ୍ରସ୍ତ କରନ୍ତି, ଏହାର ସୁଯୋଗ ନେଇ ଘାଟି ଅଞ୍ଛଳର ଶିକ୍ଷକ ମାନେ ସ୍କୁଲ ଚାବି ସ୍କୁଲ କମିଟି ମେମ୍ବର ଓ ସ୍କୁଲ ରୋଷେଇଆ ମାନଙ୍କ ହାତରେ ଦେଇ ସ୍କୁଲକୁ ଯାଉ ନଥିବା ଜଣାପଡିଛି। ଆଜି ସକାଳର ଏକ ଟିମ୍ ଘାଟି ଅଞ୍ଚଳକୁ ଗ୍ରସ୍ତ କରିଥିବା ବେଳେ ବର୍ଷା ସମୟରେ ଶିକ୍ଷା ବିଭାଗର ବାସ୍ତବ ଚିତ୍ର ଦେଖିବାକୁ ପାଇଥିଲା। ଶୁକ୍ରବାର ଦିନ ଘାଟି ଇଲାକାର ସାରଗେଟା, ଘାଟିଗୁଡା ଓ ଆଲକାନୁର ସ୍କୁଲ ସମ୍ପୂର୍ଣ୍ଣ ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା। ଏହି ସ୍କୁଲ ଗୁଡିକୁ କୌଣଷି ଶିକ୍ଷକ ଆସି ନଥିବାରୁ ସ୍ଥାନୀୟ ପିଲା ସ୍କୁଲକୁ ଆସିନଥିଲେ। କିଛି ପିଲା ସ୍କୁଲ କୁ ନଯାଇ ଗାଆଁ ପାଖ ଜମିରେ ମାଛ ଧରୁଥିବା ଦେଖିବାକୁ ମିଳିଛି। ଏହି ସ୍କୁଲ ଗୁଡିକ ବନ୍ଦ ରହିଥିବାରୁ ମଧ୍ୟାହ୍ନ ଭୋଜନ ମଧ୍ୟ ପ୍ରସ୍ତୁତ ହୋଇ ନଥିବା ଦେଖିବାକୁ ମିଳିଛି। ଘାଟି ଅଞ୍ଛଳରେ ବର୍ଷା ଦିନେ ବିଭିନ୍ନ ସମୟରେ ଏଭଳି ସ୍କୁଲ ଗୁଡିକ ବନ୍ଦ ରହୁଥିବା ବେଳେ ଉପରିସ୍ଥ ଅଧିକାରୀଙ୍କ ନିୟମିତ ଗ୍ରସ୍ତ ହେଉ ନଥିବାରୁ ଏକାଧିକ ସମୟରେ ଏଭଳି ଚିତ୍ର ସାମ୍ନାକୁ ଆସୁଥିବା ସ୍ଥାନୀୟ ଅଞ୍ଚଳର କିଛି ଜନ ପ୍ରତିନିଧି କହିଛନ୍ତି। ସ୍କୁଲ ଗୁଡିକୁ ବନ୍ଦ ନେଇ ସ୍କୁଲ କମିଟିର ସଦସ୍ୟ ମାନେ ଶିକ୍ଷକ ଙ୍କୁ ପଚାରିଲେ, କାଲିମେଳାରେ କୌଣଷି ମିଟିଂ କିମ୍ବା ବ୍ୟାଙ୍କ୍ କାମ ରହିଥିବା ବାହାନା ଦେଖାଉଥିବା ଭଳି ସଙ୍ଗିନ୍ ମନ୍ତବ୍ୟ ଦେଇଛନ୍ତି ଗ୍ରାମବାସୀ ଓ ସ୍କୁଲ କମିଟିର ସଦସ୍ୟ। ଯାହାଫଳରେ ଘାଟି ଅଞ୍ଛଳରେ ପ୍ରାଥମିକ ଶିକ୍ଷାର ସ୍ଥିତି ଦୁର୍ବଳ ହୋଇପଡ଼ିଥିବା ଯୋଗୁ ପିଲାମାନେ ଉଚ୍ଚ ଶିକ୍ଷା ଗ୍ରହଣ ବେଳେ ଭୟଭୀତ ହୋଇ ଅଧାରୁ ପାଠ ଛାଡୁଥିବା ସ୍ଥାନୀୟ ଅଂଚଳର ବୁଦ୍ଧିଜିବୀ ମାନେ କହିଛନ୍ତି। ଏପରି ସ୍ଥିତିରେ ଘାଟି ଅଞ୍ଛଳରେ ଶିକ୍ଷାର ବିକାଶ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସ୍ଵତନ୍ତ୍ର ଟିମ୍ ଗଠନ କରି ନିୟମିତ ସ୍କୁଲ ପରିଚାଳନା, ଶିକ୍ଷାଦାନ, ମଧ୍ୟାହ୍ନ ଭୋଜନ ପ୍ରଦାନ ଭଳି ବ୍ୟବସ୍ଥାର ସଠିକ ତଦାରଖ କରିବା ପାଇଁ ବୁଦ୍ଧିଜିବୀ ଓ ଶିକ୍ଷାବିତ୍ ମାନେ ମତ ପ୍ରକାଶ କରିଛନ୍ତି। ଅନ୍ୟପଟେ ଘାଟି ଅଞ୍ଛଳରେ ଏଭଳି ନିୟମିତ ସ୍କୁଲ ଖୋଲୁ ନଥିବା ଶିକ୍ଷକ ଓ ଢ଼ିଲା ଶିକ୍ଷା ଦାନରେ ଲିପ୍ତ ଶିକ୍ଷକ ଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହୋଇଛି ।