ସରକାରଙ୍କ ଦର ଧାର୍ଯ୍ୟଠାରୁ ବଜାର ଦର ଅଧିକ ମଧ୍ୟାହ୍ନ ଭୋଜନ ଓ ଅଣ୍ଡା ଯୋଜନା ଫେଲ …!

add-all

ଅଙ୍ଗନବାଡି ରେ ଅଣ୍ଡା ବଣ୍ଟନ ରୁ ଶିଶୁ ଓ କିଶୋରୀ ବଞ୍ଚିତ….
ବ୍ରହ୍ମପୁର : ଗତ କିଛି ଦିନ ହେଲା ବଜାର ରେ ପରିବା ଠାରୁ ଡାଲି ଚାଉଳ ତେଲ ଓ ବିଭିନ୍ନ ସାମଗ୍ରୀ ରେ ହୁ ହୁ ହୋଇ ଦର ବୃଦ୍ଧି ହୋଇଛି। ସରକାର ଙ୍କ ପକ୍ଷରୁ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ର ଗୁଡ଼ିକୁ ମଧ୍ୟାନ୍ନ ଭୋଜନ ଠାରୁ ଅଣ୍ଡା ଯୋଗାଇ ଦିଆଯାଉଛି। ହେଲେ ଦର ବୃଦ୍ଧି ଓ ତଦାରଖ ନହେବା ଫଳରେ ଏହି ସବୁ ଯୋଜନା ଫେଲ ମାରିଛି।ସରକାର ଅଣ୍ଡା ପାଇଁ ଯେତିକି ଟଙ୍କା ଧାର୍ଯ୍ୟ କରିଛନ୍ତି। ତାଠାରୁ ବଜାର ରେ ଅଣ୍ଡା ଦର ଅଧିକ ଥିବା ଯୋଗୁଁ ଅଙ୍ଗନବାଡି କେନ୍ଦ୍ର ଗୁଡ଼ିକ ରେ ହିତାଧିକାରୀ ଙ୍କୁ ଅଣ୍ଡା ବଦଳ ରେ ଟଙ୍କା ଦିଆଯାଉଛି। ସରକାର ଯେଉଁ ମହତ ଉଦେଶ୍ୟ ଓ ପୃଷ୍ଟିକର ଖାଦ୍ୟ ପାଇଁ ଯୋଜନା ପ୍ରଣୟନ କରିଛନ୍ତି ତାହା ବୃଥା ହୋଇଥିବା ଲକ୍ଷ କରାଯାଇଛି। ସେହି ଭଳି ଅବ୍ୟବସ୍ଥା ହେଉଛି, ମଧ୍ୟାହ୍ନ ଭୋଜନ ରେ ଶତକଡା ଅଶିଏ ଭାଗ ବିଦ୍ୟାଳୟ ରେ। କେଉଁଠି ପାଣିଆ ଡାଲି ତ ଶୁଖିଲା ପରିବା ଓ ନିମ୍ନ ମାନର ତେଲ ବ୍ୟବହାର ହେଉଥିବା ରୀତିମତ ଅଭିଯୋଗ ହେଉଛି। ଜିଲ୍ଲାରୁ ବାବୁ ମାନେ ପାଦ କାଢୁନ ଥିବା ଯୋଗୁଁ ଆଜି ଏଭଳି ଅବସ୍ଥା ହୋଇଛି। ଦାୟିତ୍ୱ ରେ ଥିବା ସରକାରୀ ବାବୁ ମାନେ କିପରି ତଦାରଖ କରୁଛନ୍ତି। ପିଲାଙ୍କ ନିକଟରେ ଅଣ୍ଡା ହେଉକି ମଧ୍ୟାହ୍ନ ଯୋଜନା କିପରି ବଣ୍ଟନ ହେଉଛି। ଅଞ୍ଚଳ ର ନିର୍ବାଚିତ ପ୍ରତିନିଧି ନିଜେ ଅଚାନକ ଗସ୍ତ କରିଲେ ବାବୁ ମାନଙ୍କ ଅସଲ ମୁଖା ଖୋଲିଵା ସହ ସରକାର ଙ୍କ ଯୋଜନା ସଠିକ ରୂପେ ହୋଇପାରିବ ବୋଲି ଏବେ ଚର୍ଚ୍ଚାର ବିଷୟ ହୋଇଛି।

ad-week
Leave A Reply

Your email address will not be published.