ଶାଳପର୍ଣ୍ଣୀ ସାହିତ୍ୟ ସଂସଦ ଫିରିଙ୍ଗିଆର ଆଭାସୀ ମାସିକ ସାହିତ୍ୟ ଆସର

add-all

ଫୁଲବାଣୀ : ରବିବାର ସନ୍ଧ୍ୟା ୬ଘଣ୍ଟା ସମୟରେ ଶାଳାପର୍ଣ୍ଣୀ ସାହିତ୍ୟ ସଂସଦର ଏକାଦଶ ଆଭାସୀ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି।ଅନୁଷ୍ଠାନର ପ୍ରତିଷ୍ଠାତା ଡ.ବିରଞ୍ଚି ନାରାୟଣ ସାହୁଙ୍କ ସଭାପତିତ୍ବରେ ଏକାଦଶ ଆସର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଉକ୍ତ ଆସରରେ ମୁଖ୍ୟ ଅତିଥି ଭାବେ ଡ.ଅଜୟ ସ୍ବାଇଁ ଯୋଗଦେଇଥିଲେ।ଅତିଥି ପରିଚୟ ଡ.ପ୍ରଣବାନନ୍ଦ ପାଟ୍ଟଯୋଶୀ କରିଥିଲେ।ଆସରକୁ ଡ.ସୁଜିତ କୁମାର ପଣ୍ଡା ଏବଂ ଡ.ଚନ୍ଦ୍ରଶେଖର ଦାସ ବକ୍ତବ୍ୟ ପ୍ରଦାନ କରି ରୁଦ୍ଧିମନ୍ତ କରିଥିଲେ।ଆସରର ଦ୍ୱିତୀୟ କାର୍ଯ୍ୟକ୍ରମ କବିତା ସଂଯୋଜନା ପର୍ବ ଦାୟିତ୍ୱ ଶ୍ରୀମତୀ ପ୍ରଜ୍ଞା ପାରମିତା ସାହୁ ଏବଂ ଡ.ମଧୁମିତା ଷଡ଼ଙ୍ଗୀ ତୁଲାଇ ଥିଲେ।ଶାଳାପର୍ଣ୍ଣୀର ଜନ୍ମ ବିବରଣୀ ପାଠ କରିଥିଲେ ଶ୍ରାମତୀ ପ୍ରଭାତୀ ପାତ୍ର।

ଉକ୍ତ ଆସରରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୩୨ଜଣ କବି କବୟିତ୍ରୀ ଯୋଗଦେଇ କବିତା ପାଠ କରିଥିଲେ। ଆସରର ପରିସମାପ୍ତିରେ ଶ୍ରୀଯୁକ୍ତ ଆଶିଷ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

ad-week
Leave A Reply

Your email address will not be published.