ପାଞ୍ଚ ଲକ୍ଷ ଇନାମୀ ମାଓବାଦୀର ଆତ୍ମସମର୍ପଣ

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ରାଜ୍ୟ ଛତିଶଗଡର ଦାନ୍ତେୱାଡା ଜିଲ୍ଲା ପୁଲିସ ନିକଟରେ ପାଞ୍ଚ ଲକ୍ଷ ଇନାମୀ ମାଓବାଦୀର ଆତ୍ମସମର୍ପଣ l ସୂଚନା ଅନୁଯାଇ ଛତିଶଗଡର ଦାନ୍ତେୱାଡା ଜିଲ୍ଲା ପୁଲିସ ଦ୍ୱାରା ଲୋନ ବାରଟୁ ଅଭିଯାନରେ ଭରସା କରି ପାଞ୍ଚ ଲକ୍ଷ ଇନାମୀ ମାଓବାଦି ଆତ୍ମସମର୍ପଣ କରିଛି l ଆତ୍ମସମର୍ପଣ କରିଥିବା ମାଓବାଦୀ ଜଣଙ୍କ ହେଲେ ହୁରା କୁଞ୍ଜାମ l

ହୁରା କୁଞ୍ଜାମ ଦୀର୍ଘ ବର୍ଷ ଧରି ମାଓ ସଂଗଠନରେ ରହି ବିଭିନ୍ନ ହିଂସା କାଣ୍ଡରେ ଜଡିତ ରହି ମାଓ ସଂଗଠନ ପାଇଁ କାର୍ଯ୍ୟ କରୁଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି l ମାଓ ସଂଗଠନ ଛାଡି ପୁଲିସ ନିକଟରେ ଆତ୍ମସମର୍ପଣ କରିବା ପରେ ହୁରା କୁଞ୍ଜାମକୁ ଦାନ୍ତେୱାଡା ଏସପି ଏବଂ ଅନ୍ୟ ପୁଲିସ ଅଧିକାରୀ ଉପସ୍ଥିତିରେ ସରକାରଙ୍କ ପୁନର୍ବାସ ନୀତି ଯୋଜନାରେ ୨୫ହଜାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବା ସହ ଅନ୍ୟ ସମସ୍ତ ସୁବିଧା ଆଗାମୀ କିଛି ଦିନ ମଧ୍ୟରେ ଯୋଗାଇ ଦିଆଯିବ ବୋଲି ଦାନ୍ତେୱାଡା ପୁଲିସ ଠାରୁ ସୂଚନା ମିଳିଛି l

ad-week
Leave A Reply

Your email address will not be published.