ଦଶଦଫା ଦାବି ନେଇ ସରକାରଙ୍କୁ ଘେରିଲେ ପରିମଳ ସ୍ବଚ୍ଛ କର୍ମଚାରୀ

add-all

ମାଲକାନଗିରି : ମାଲକାନଗିରି ଦଶ ଦଫ ଦାବି ନେଇ ସରକାରଙ୍କୁ ଘେରିଲେ ମାଲକାନଗିରି ଜିଲ୍ଲାର ଦୁଇ ପୌରପାଳିକା ସ୍ବଚ୍ଛ ସାଥି ଏବଂ ସୁପରଭାଇଜର। ଲୋକସଭା ନିର୍ବାଚନ ପୂର୍ବରୁ ଯଥାକ୍ରମେ ୮/୧୨ ହଜାର ଟଙ୍କା ଦରମା ଦିଆଯିବ ବୋଲି ମିଳିଥିଲା ପ୍ରତିଶ୍ରୁତି। ବର୍ତ୍ତମାନ ସୁଧା ଏହି
କାର୍ଯ୍ୟକାରୀ ହୋଇନାହିଁ । ସର୍ବ ନିମ୍ନ ଅଣ ଦକ୍ଷତା ଦୈନିକ ମଜୁରୀ ୪୫୦ ଦିଆଯିବା, ବର୍ଦ୍ଧିତ ଦରମା ସହ ଏରିଅର,ସମସ୍ତ ପ୍ରତିଶ୍ରୁତିକୁ ତୁରନ୍ତ କାର୍ଯ୍ୟକାରୀ କରାଯାଉ,ସ୍ଥାୟୀ ନିଯୁକ୍ତି ପ୍ରଦାନ କରାଯାଉ, ଅବୈତନିକ ଛୁଟି, ୟୁଜର୍ସ ଫି ଆଦାୟ ବେଳେ ଦୁର୍ବ୍ୟବହାରର ପ୍ରତିକାର, ୟୁଜର୍ସ ଫି ସହ ଦରମାକୁ ସଂଯୁକ୍ତ କରାଯିବା, ସାମାଜିକ ସୁରକ୍ଷା , ବିମା, ପୋଷାକ ପ୍ରଦାନ ସହ ଇପିଏଫ ଏବଂ ଇଏସଆଇ ସୁବିଧା ପ୍ରଦାନ କରାଯିବାକୁ ଦାବି ଜଣାଇଥିଲେ । ସ୍ବଚ୍ଛତା କାର୍ଯ୍ୟରେ ନିୟୋଜିତଙ୍କ ତଦାରଖ କର୍ପୋରେଟର କିମ୍ବା କାଉନସିଲରଙ୍କ ଦ୍ବାରା କରା ନଯାଉ। ସମସ୍ତ ଦାବି ପୁରଣ ନହେଲେ ଆଗାମୀ ୧୯ ତାରିଖରେ ଭୁବନେଶ୍ୱର ଠାରେ ବିଧାନସଭା ସମ୍ମୁଖରେ ଆନ୍ଦୋଳନ ପାଇଁ ସମ୍ମିଳିତ ଭାବେ ଚେତାବନୀ ଦେଇଛନ୍ତି ସ୍ବଚ୍ଛ ସାଥି ଏବଂ ସୁପରଭାଇଜର।

ad-week
Leave A Reply

Your email address will not be published.