ଗାୟତ୍ରୀ ପରିବାରର ଜ୍ୟୋତିକଳସ ରଥ ପରିକ୍ରମା ପାଇଁ ଫୁଲବାଣୀ ଶକ୍ତିପୀଠରେ ବୈଠକ ଅନୁଷ୍ଠିତ

add-all

ଫୁଲବାଣୀ : ଚଳିତ ବର୍ଷ ଅକ୍ଟୋବର ମାସରେ ଅଖିଳ ବିଶ୍ୱ ଗାୟତ୍ରୀ ପରିବାର, ଶାନ୍ତିକୁଞ୍ଜ (ହରିଦ୍ୱାର) ତରଫରୁ ଭାରତ ବ୍ୟାପୀ ଜ୍ୟୋତି କଳସ ରଥ ପରିକ୍ରମା କରିବ l ଯୁଗ ନିର୍ମାଣ ଉଦ୍ଦେଶ୍ୟ ନେଇ ବିଭିନ୍ନ କାର୍ଯ୍ୟକ୍ରମ ଚଳାଯାଉଛି l ଏହି ପରିପ୍ରେକ୍ଷୀରେ ଆସନ୍ତା 2026 ମସିହାରେ ଗାୟତ୍ରୀ ପରିବାରର ସଂସ୍ଥାପକ ବେଦମୂର୍ତ୍ତି, ତୋପନିଷ୍ଠ, ପଣ୍ଡିତ ଶ୍ରୀରାମ ଶର୍ମା ଆଚାର୍ଯ୍ୟଙ୍କ ଦ୍ୱାରା ପ୍ରଜ୍ବଳିତ ଅଖଣ୍ଡ ଦୀପ ଶତାବ୍ଦୀ , ବନ୍ଦନୀୟା ମାତାଜୀ ମାତା ଭଗବତୀ ଦେବୀ ଶର୍ମାଙ୍କ ଜନ୍ମଶତାବ୍ଦୀ ବିଶ୍ୱସ୍ତରୀୟ ଭାବେ ପାଳନ କରାଯିବ l ଏହାର ପୂର୍ବ ପ୍ରସ୍ତୁତି ପରିପ୍ରେକ୍ଷୀରେ ବ୍ରହ୍ମପୁରରୁ ଫୁଲବାଣୀକୁ ପାଞ୍ଚଜଣିଆ ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ଦଳ ଯଥା – ବୃନ୍ଦାବନ ମିଶ୍ର, ନଳିନୀ ବେହେରା, ତ୍ରିନାଥ ସେଠି, ରାମକୃଷ୍ଣ ପଟ୍ଟନାୟକ ଏବଂ ଲକ୍ଷ୍ମୀ ନାରାୟଣ ମହାରଣାଙ୍କ ଆଗମନ ହୋଇଥିଲା l ଫୁଲବାଣୀ ଜିଲ୍ଳାରେ ଏହି ବିରାଟ କାର୍ଯ୍ୟକ୍ରମର ଶୃଙ୍ଖଳାଗତ ପରିଚାଳନା ପାଇଁ ଶକ୍ତିପୀଠରେ ଏକ କମିଟି ସର୍ବ ସମ୍ମତି କ୍ରମେ ଚୟନିତ କରାଗଲା l ଏହି କମିଟିରେ ପ୍ରମୁଖ ଭାବେ ଅନ୍ତର୍ଯ୍ୟାମୀ ବେହେରା ଦାୟିତ୍ୱ ତୁଲାଇବେ ତଥା ପଦ୍ମଚରଣ ସାହୁ,ନବୀନ ପାତ୍ର,କବିରାଜ ସାହୁ, ସିମାଞ୍ଚଳ ବେହେରା, ପଞ୍ଚୁ ପ୍ରଧାନ,ଜଗନ୍ନାଥ ବେହେରା, ଲଶିବନ ମଲ୍ଲିକ, ମିନତୀ ମଲ୍ଲିକ, ଜୟନ୍ତୀ ମିଶ୍ର, ଦୁଃଶାସନ କଅଁହର, ଟିକେଶ୍ୱର ମଲ୍ଲିକ, ଯୁଧିଷ୍ଠିର ପାତ୍ର, ବରୁଣ ନାୟକ, ପଦ୍ମଚରଣ ପାତ୍ର,ଏବଂ ଟୁଟୁ ସେନାପତି ସଭ୍ୟ/ସଭ୍ୟା ଭାବେ କମିଟି ପ୍ରମୁଖଙ୍କୁ ସହଯୋଗ କରିବେ l
ଏହି ଗୁରୁତ୍ୱପୂର୍ଣ୍ଣ ବୈଠକର ବ୍ୟବସ୍ଥାପନା ଜିଲ୍ଲା ସଂଯୋଜକ ପଦ୍ମଚରଣ ସାହୁ ବୁଝିଥିଲେ ଏବଂ ଆଗାମୀ କାର୍ଯ୍ୟକ୍ରମ ସଫଳ କରାଯିବା ପାଇଁ ସମସ୍ତଙ୍କୁ ଉତ୍ସାହିତ କରିଥିଲେ l ପରିଶେଷରେ ଶାନ୍ତି ପାଠ କରାଯାଇ ସଭା ସାଙ୍ଗ କରାଯାଇଥିଲା l

ad-week
Leave A Reply

Your email address will not be published.