କଟକ ଗଡ଼ଗଡ଼ିଆ ନଦୀରୁ ଜଳନେଇ ବ୍ରହ୍ମପୁରସ୍ଥିତ ଧବଲେଶ୍ୱର ପୀଠକୁ ଯାତ୍ରାକଲେ ସନ୍ତୋଷ

add-all

ବ୍ରହ୍ମପୁର : ଶ୍ରାବଣର ଦ୍ୱିତୀୟ ସୋମବାର ପାଇଁ କଟକ ଗଡ଼ଗଡ଼ିଆ ଘାଟରୁ ଜଳ ଗ୍ରହଣ କରି ବ୍ରହ୍ମପୁର ସ୍ଥିତ ଧବଲେଶ୍ୱର ଶୈବପୀଠ ଜଳ ଢ଼ାଳିବା ପାଇଁ କଟକ ରୁ ବ୍ରହ୍ମପୁର ଅଭିମୁଖ୍ୟ ଆଜି ବାହାରିଛନ୍ତି ନୂଆ ବସ୍‌ଷ୍ଟାଣ୍ଡ ଆନନ୍ଦ ସରଣୀ ନିବାସୀ ସନ୍ତୋଷ ସାହୁ। ଶ୍ରାବଣ ମାସରେ ଭୋଳବାବାଙ୍କୁ ପୂଜାର୍ଚ୍ଚନା କରିବା ସହିତ ଏକ ମାସ ଧରି ବ୍ରତ ପାଳନ କରିଥାନ୍ତି ମାନସିକ ଧାରୀ କାଉଡ଼ିଆ । ରାଜ୍ୟର ବିଭିନ୍ନ ଶୈବପୀଠ ମାନଙ୍କରେ ଜଳଅଭିଷେକ କରୁଛନ୍ତି କାଉଡିଆ ମାନେ । ତେବେ ସନ୍ତୋଷ ମାନସିକ କରି କଟକ ରୁ ବ୍ରହ୍ମପୁର ଅଭିମୁଖେ ବାହାରିଛନ୍ତି l ମହାଦେବଙ୍କୁ ଜଳ ଅଭିଷେକ କରିଲେ ତାଙ୍କ ମନସ୍କାମନା ପୂରଣ ହେବ ବୋଲି ସେ କହିଛନ୍ତି। ତେବେ ତାଙ୍କର ଏଭଳି ଭକ୍ତିଭାବ ଏବଂ ସାହସୀକତାକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି । ନୂଆଁ ବସଷ୍ଟାଣ୍ଡ ଗୋକେର୍ଣଶ୍ୱର ଶ୍ୟାମା କାଳୀ ବୋଲବମ ସଂଘ ତରଫରୁ ତାଙ୍କୁ ସହଯୋଗ ଯୋଗାଇ ଦିଆଯାଇଛି।

ad-week
Leave A Reply

Your email address will not be published.