ଫୁଲବାଣୀ- ଫୁଲବାଣୀ ଡାନ୍ସ ଏକାଡେମୀର ସଭାପତି ଭାଗବତ ବେହେରାଙ୍କ ପରଲୋକରେ ଏକାଡେମୀରେ ବୁଧବାର ସନ୍ଧ୍ୟାରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଏକାଡେମୀର ସମ୍ପାଦକ ସରୋଜ ପାତ୍ରଙ୍କ ପୌରୋହିତ୍ୟ ରେ ଅନୁଷ୍ଠିତ ଏହି ଶୋକସଭାକୁ ଆଇନଜୀବି ସତ୍ୟ ନାରାୟଣ ବେହେରା ସଭାପତିତ୍ବ କରିଥିଲେ।
ପ୍ରଥମେ ଫଟୋ ଚିତ୍ରରେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ପରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ବିଜେଡ଼ି ନେତା କମଳ ବେହେରା, ଶଙ୍କର ବେହେରା, ଟିକି ଶତପଥୀ, ବରିଷ୍ଠ ସାମ୍ବାଦିକ ତଥା ଜିଲ୍ଲା ଶିଶୁ ମଙ୍ଗଳ ସମିତି ସଭ୍ୟ ସଦାଶିବ ପାତ୍ର,ଡାନ୍ସ ଏକାଡେମୀ ସମ୍ପାଦକ ସରୋଜ ପାତ୍ର,ଜିଲ୍ଲା କୋର୍ଟର କ୍ୟାଡ଼ର ପି.ପି.ଶ୍ରୀମତୀ ମହାପାତ୍ର, ରୂପମ୍ବିକା ତ୍ରିପାଠୀ, ରବିନ୍ଦ୍ର ଷଡଙ୍ଗୀ, ଅବନୀ କୁମାର ଜାନି, ଦେବାଶିଷ ମିଶ୍ର, ଅଶୋକ ମହାନ୍ତି ପ୍ରମୁଖଙ୍କ ସମେତ ଅନେକ ତାଙ୍କର ସ୍ମୃତି ଚାରଣ କରିଥିଲେ। ସ୍ବର୍ଗତ ବେହେରା ଜଣେ ଦକ୍ଷ ସଂଗଠକ, ସମାଜସେବୀ, ପରୋପକାରୀ,ମିଷ୍ଟ ଭାଷୀ ବ୍ୟକ୍ତି ଥିଲେ । ଏକାଡେମୀ ପ୍ରତି ତାଙ୍କର ଅବଦାନ ଓ ସହଭାଗିତାକୁ ମନେ ପକାଇଥିଲେ ସମସ୍ତେ ।ଛାତ୍ରଛାତ୍ରୀ,ଅଭିଭାବକ ମାନେ ମଧ୍ୟ ଗଭୀର ଶୋକ ବ୍ୟକ୍ତ କରିବା ସହିତ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିଥିଲେ। ଗଭୀର ଶୋକ ବ୍ୟକ୍ତି କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗ ପ୍ରତି ସମବେଦନା ଜଣାଇଛନ୍ତି ଅନୁଷ୍ଠାନର ସମ୍ପାଦକ ଓ ଅନ୍ୟ କର୍ମକର୍ତ୍ତା। ଶୋକ ସଭାକୁ ସଂଯୋଜନା କରିଥିଲେ ଦେବାଶିଷ ମିଶ୍ର। ସୂଚନାଯୋଗ୍ୟ ଯେ ପୌରପାଳିକାର ପୂର୍ବତନ କାଉନସିଲର ତଥା ବିଜେଡି ନେତା ସ୍ବର୍ଗତ ଭାଗବତ ବେହେରାଙ୍କ ମଙ୍ଗଳବାର ରାତିରେ ଚିକିତ୍ସିତ ଅବସ୍ଥାରେ ଭୁବନେଶ୍ୱରରେ ପରଲୋକ ହୋଇଯାଇଥିଲା।
