ପାଞ୍ଚ ମାଓବାଦୀଙ୍କ ଆତ୍ମସମର୍ପଣ

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ରାଜ୍ୟ ଛତିଶଗଡର ସୁକମା ଜିଲ୍ଲାର ପୁଲିସ ନିକଟରେ ପାଞ୍ଚ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି l ସୂଚନା ଅନୁଯାଇ ଜିଲ୍ଲାରେ ଚାଲିଥିବା ସରକାରଙ୍କ ପୁନର୍ବାସ ନୀତି ଯୋଜନାରେ ପ୍ରଭାବିତ ହୋଇ ଇନାମୀ ପାଞ୍ଚ ମାଓବାଦୀ ସୁକମା ପୁଲିସ ନିକଟରେ ମାଓ ସଂଗଠନ ଛାଡି ଆତ୍ମସମର୍ପଣ କରିଛନ୍ତି l ଆତ୍ମସମର୍ପଣ କରିଥିବା ମାଓବାଦୀ ହେଲେ କବାସୀ ଦୁଲ୍ଲା,ସୋଡି ବୁଧରା, ମହିଳା ମାଓବାଦୀ ମାଡ଼କାମ ଗାଙ୍ଗି, ମହିଳା ମାଓବାଦୀ ପଡିୟମ ସୋମଡି, ମଡକାମ ଆଇତେ l ଆତ୍ମସମର୍ପଣ କରିଥିବା ପାଞ୍ଚ ଜଣ ମାଓବାଦୀ ବିଭିନ୍ନ ମାଓ ହିଂସା ପୁଲିସ ସୂଚନା ଦାତା ସନ୍ଦେହରେ ହତ୍ୟା ଏବଂ ଆଇଇଡି ଖଞ୍ଜିବା, ଗାଡି, ଟାୱାର ପୋଡାଜଳା କରିବା, ରାସ୍ତା ଖୋଳିବା ଭଳି ବିଭିନ୍ନ ମାଓ କାର୍ଯ୍ୟକଳାପରେ ଜଡିତ ରହିଥିବା ସୁକମା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି l ସମସ୍ତ ଆତ୍ମସମର୍ପଣ ମାଓବାଦୀଙ୍କୁ ସରକାରଙ୍କ ପୁନର୍ବାସ ଯୋଜନା ଅନ୍ତର୍ଗତ ୨୫-୨୫ହଜାର ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି l

ad-week
Leave A Reply

Your email address will not be published.