ଆସିକା ବଜାରରେ ଆଳୁ ଦର ପଚାଶେ ଟପିଲା ଆଳୁ କିଣି ଅକଲ ଗୁଡ଼ୁମ….!

ଚେଇଁ ଶୋଇଛି କି ପ୍ରଶାସନ…!

add-all

ଆସିକା :ଏପଟେ ରାଜ୍ୟ ସରକାର ବଜେଟ କୁ ବିଧାସଭା ରେ ପାରତି କରୁଥିବା ବେଳେ। ଆସିକା ରେ ଆଳୁ ଦର ହୁ ହୁ ହୋଇ ବଢିଛି। ଗରିବ ହେଉକି ଧନୀ ଆଳୁ ବିନା ସମସ୍ତ ତରକାରୀ ଯେପରି ଅଧୁରା l ହେଲେ ଗତ ନିର୍ବାଚନ ପରଠାରୁ ପରିବା ଦର ଯେପରି ଆଶାତିତ ଭାବେ ବଢିଥିଲା ବର୍ତ୍ତମାନ ଆଳୁ ଦର ତାକୁ ଟପିଗଲା l ହେଲେ ଲୋକଙ୍କ ବଜେଟ ଉପରେ ମାଡ଼ କରିଛି ଆଳୁ ଦର l ଆସିକା ବଜାରରେ ଆଳୁ ଦର ବର୍ତ୍ତମାନ କିଲୋ ପିଛା ୫୦ ଟଙ୍କା ପାର କଲାଣି l ବିଭିନ୍ନ ଗ୍ରାହକ ସାଙ୍ଗକୁ ବିଭିନ୍ନ ପତ୍ର ପତ୍ରିକାରେ ପ୍ରକାଶ ପାଇଲେ ମଧ୍ୟ ଆଳୁ ବ୍ୟବସାୟୀଙ୍କ ଉପରେ ଏହାର ପ୍ରଭାବ କିଛି ପଡୁନାହିଁ l ଆଳୁ ପ୍ରତେକ ଦିନ ଦୁଇରୁ ତିନି ଟ୍ରକ ଆସିକାକୁ ଆସିଥାଏ କିନ୍ତୁ ବର୍ତ୍ତମାନ ଦୁଇ ଦିନ ହେଲା ଆସିକାକୁ ଆସୁନାହିଁ l ଏହାର ସୁଯୋଗ ନେଇ କିଛି ଅସାଧୁ ଖୁଚୁରା ବ୍ୟବସାୟୀ ଆଳୁ ଦର ମନଇଚ୍ଛା ବଢ଼ାଇ ବିକ୍ରି କରୁଛନ୍ତି। ଦର ବୃଦ୍ଧି ହୋଇଥିଲେ ବି ପ୍ରଶାସନ ଏଠାରେ ଚେଇଁ ସୋଇଛି। ଏଥି ପାଇଁ ଯୋଗାଣ ବିଭାଗ ସ୍ଥାନୀୟ ତହସିଲଦାର, ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ତ୍ୱରିତ ପଦକ୍ଷେପ ନେବାପାଇଁ ସ୍ଥାନୀୟ ଜନସାଧାରଣ ଦାବିକରିଛନ୍ତି।

ad-week
Leave A Reply

Your email address will not be published.