ପରଲୋକରେ ସମସ୍ତଙ୍କ ପ୍ରିୟ ସୁରେଶ ଗୁରୁଜୀ (ଟୁକୁନା ସାର)

add-all

ଫୁଲବାଣୀ : ଫୁଲବାଣୀ ସହରର ସମସ୍ତ ଛାତ୍ରଛାତ୍ରୀ ଙ୍କ ଅତି ପ୍ରିୟ ସୁରେଶ ଗୁରୁଜୀ (ଟୁକୁନା ସାର) ଙ୍କ ଅକାଳ ବିୟୋଗରେ ସମଗ୍ର ଫୁଲବାଣୀ ସହରରେ ଶୋକର ଛାୟା ଖେଳିଯାଇଛି l ସେ ଆଜକୁ ଦୀର୍ଘ ମାସ ହେବ କଣ୍ଠ ସଂକ୍ରମଣରେ ପୀଡିତ ଥିଲେ l ଫୁଲବାଣୀ ମେଡିକାଲରେ ଚିକିତ୍ସିତ ଅବସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା l ଆର୍ଥିକ ଅଭାବ ଯୋଗୁଁ ଉଚ୍ଚ ସ୍ତରୀୟ ଚିକିତ୍ସା ସେବାରୁ ବଞ୍ଚିତ ହୋଇଥିଲେ l
ସେ ଫୁଲବାଣୀ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଗୁରୁଜୀ ଭାବେ କାର୍ଯ୍ୟରତ ଥିଲେ l ସେ ଜଣେ ଶାନ୍ତ, ସରଳ, ମିଷ୍ଟ ଭାଷୀ, ପରପୋକାରୀ ବ୍ଯକ୍ତି ଥିଲେ l ସବୁ ବେଳେ ହସ ହସ ମୁହଁ l ବିଶେଷ କରି ଛୋଟ କୁନି କୁନି ଛାତ୍ରଛାତ୍ରୀଙ୍କୁ ସେ ହାତ ଧରି ଚିତ୍ର ଆଙ୍କିବା ଶିଖାଉଥିଲେ l ସେ ସର୍ବଦା ଛାତ୍ରଛାତ୍ରୀଙ୍କୁ କହୁଥିଲେ ଡ୍ରଇଁ ଆସିଲେ ଅକ୍ଷର ସୁନ୍ଦର ହେବ ତେଣୁ ପ୍ରଥମେ ଡ୍ରଇଁ l ତେଣୁ ତାଙ୍କ ପାଖରୁ ହଜାର ହଜାର ଛାତ୍ରଛାତ୍ରୀ ଆଜି ଡ୍ରଇଁ ଶିକ୍ଷା ଲାଭ କରି ସମଗ୍ର ରାଜ୍ୟରେ ନା କମାଇଛନ୍ତି l ବଡ ବଡ ଚାକିରି ମଧ୍ଯ କରୁଛନ୍ତି l ହେଲେବି କା ଆଗରେ ଆର୍ଥିକ ସାହାଯ୍ୟ ପାଇଁ ହାତ ପାତି ନାହାନ୍ତି l
ସେ କେବଳ ଡ୍ରଇଁ ଶିକ୍ଷକ ନଥିଲେ ଜଣେ ଡେନ୍ସର ମଧ୍ଯ ଥିଲେ l ମହାବିଦ୍ୟାଳୟରେ ପଢୁ ଥିବା ବେଳେ ନୃତ୍ୟ ଭଲ ପରିବେଷଣ କରି ଡ୍ରାମାଟିକ ସେକ୍ରେଟାରୀ ହୋଇଥିଲେ l ତାଙ୍କର ବିୟୋଗରେ ସାଙ୍ଗ ସାଥି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ପରିଚାଳନା କମିଟି ବୃନ୍ଦ, ଆଚାର୍ଯ୍ୟ ଆଚାର୍ଯ୍ୟା, ସେବକ ସେବିକା ମାନେ ଦୁଃଖ ପ୍ରକାଶ କରି ସମବେଦନା ଜଣାଇବା ସହ ତାଙ୍କର ଆତ୍ମାର ସଦ୍ ଗତି ନିମନ୍ତେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲେ l

ad-week
Leave A Reply

Your email address will not be published.