ଆସିକାରେ ଆଳୁ ଖୋଜିଖୋଜି ଗଲେ, ପିଆଜ ଦେଖି ବାବୁ ଥଣ୍ଡା ପି ଫେରିଲେ…..!

add-all

ଆସିକାରେ ଆଳୁ ଚଢ଼ାଉ ଧର୍ମକୁ ଆଖିଠାର……
ଵ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଆସିକା ସହରରେ ସର୍ବାଧିକ ଦରରେ ଆଳୁ ବିକ୍ରି ହେଉଥିବା ବିଭିନ୍ନ ଗଣମାଧ୍ୟମ ରେ ପ୍ରକାଶ ପାଉଛି । ଏନେଇ ଜିଲ୍ଲାପାଳ ଙ୍କଠାରୁ ଉପ-ଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଯୋଗାଣ ବିଭାଗ ପକ୍ଷରୁ ଆଳୁ ବିକ୍ରି ହେଉଥିବା ଗୋଦାମ ଓ ଖୁଚୁରା ଦୋକାନ କୁ ଯାଇ ପିଆଜ ଥିବା ଗୋଦାମ ପରିଦର୍ଶନ କରି ବାବୁ ଥଣ୍ଡା ପାନୀୟ କରି ଫେରିଥିବା କଥା ସହରରେ ଏବେ ଚର୍ଚ୍ଚାର ବିଷୟ ହୋଇଛି।ବାବୁ ପରିଦର୍ଶନ କରି ଫେରିବା ପରେ ଆଳୁ କିଲୋ ୫୫ ରେ ବିକ୍ରି ହେଉଥିବା ନେଇ ଆଲୋଚନା ହେଉଛି।ସରକାର ଙ୍କ ବୋଲ ନ ମାନି ଏବେବି ବାବୁ ମାନେ ଶୀତତାପ ନିୟନ୍ତ୍ରଣ କକ୍ଷ ରେ ବସି ତର୍ଜମା ଓ ନିର୍ଦ୍ଧେଶ ଦେଉଥିବା ଯୋଗୁଁ ଆଳୁ ଦର ନିୟନ୍ତ୍ରଣ ରେ ଆସିନଥିବା ଚର୍ଚ୍ଚାର ବିଷୟ ହେଇଛି। ଯାହା ଫଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ପ୍ରଥମେ ଚାଉଳ, ଡାଲି,ତେଲ ,ପନିପରିବା ଦର ବୃଦ୍ଧି ହୋଇଥିଲା । ଏବେ ଗରିବ ଗୁରୁବା ଙ୍କ ଗିନାରୁ ଆଳୁ ଉଭାନ ହୋଇଯାଇଛି। ଲୋକେ କହୁଛନ୍ତି, ଡ଼ବଲ ଇଞ୍ଜିନ ଏବେ ପାସିଞ୍ଜେର ଭଳି ଗଡୁଛି ବୋଲି ।

ad-week
Leave A Reply

Your email address will not be published.