ବଳାତ୍କାର ମାମଲାରେ ଆସାମୀଙ୍କୁ ୧୦ବର୍ଷ ଜେଲ ଦଣ୍ଡ, ୧୦ ହଜାର ଟଙ୍କା ଜରିମାନା

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲା ଦୌରା ଜର୍ଜ କୋର୍ଟ ପରିସରରେ ଥିବା ସିଭିଲ ଜର୍ଜ ସିନିଅର ଡିଭିଜିନ (ମହିଳା କୋର୍ଟ)ର ବିଚାରପତି ବବିତା ଦାସ ଆଜି ଏକ ମାମଲାର ଶୁଣାଣୀ କରି ଆସାମୀଙ୍କୁ ୧୦ ବର୍ଷ ଜେଲ ଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଦେଇଛନ୍ତିା ଜରିମାନା ଅନାଦାୟ ହେଲେ ଆଉ ଛଅମାସ ଜେଲଦଣ୍ଡ ଭୋଗିବାକୁ ଆଦେଶ ଦେଇଛନ୍ତି |

ପ୍ରକାଶ ଥାଉକି ଗତ ୧୯.୧୦.୨୦୨୨ ରିଖ ଦିନ ମାଲକାନଗିରି ଜିଲ୍ଲା ଓର୍କେଲ ଥାନା ଏମ୍‌.ଭି. ୩୭ ଅଞ୍ଚଳର ଜନୈକ ମହିଳା ଓର୍କେଲ ଥାନାରେ ଏକ ଏତେଲା ଦେଇଥିଲୋ ଉକ୍ତ ଏତଲାରେ ଉଲ୍ଲେଖ ରହିଥିଲା ଯେ, ତରୁଣ ବାଲା ନାମକ ବ୍ୟକ୍ତି ୧୮.୧୦.୨୦୨୨ ରିଖ ଦିନ ଜନୈକ ମହିଳାଙ୍କ ଘରେ ଜୋର ଜବରଦସ୍ତ ପ୍ରବେଶ କରି ଜନୈକ ମହିଳାଙ୍କୁ ବଳାତ୍କାର କରିଥିଲ। ।

ତରୁଣ ବ।ଲାଙ୍କୁ ପୋଲିସ ଗିରଫ କରିଥିଲ। । ତେବେ ଗତ ଦୁଇବର୍ଷ ଧରି ଏହି ମାମଲା ବିଚାରାଧୀନ ଥିବା ବେଳେ ଆଜି ତାହାର ଆଜି ଶୁଣାଣୀ କରି ଆସାମୀଙ୍କୁ ୧୦ ବର୍ଷ ଜେଲଦଣ୍ଡ ଦିଆ ଯାଇ ୧୦ ହଜାର ଟଙ୍କାର ଜୋରିମାନା ଦଣ୍ଡାଦେଶ ଦିଆଯାଇଛି ।

ad-week
Leave A Reply

Your email address will not be published.