ରାଜ୍ୟସ୍ତରୀୟ ଜୁନିଅର ରେଡ଼କ୍ରସ ଅପ୍ରଶିକ୍ଷିତ କାଉନସିଲର ପ୍ରଶିକ୍ଷଣ କାର୍ଯ୍ୟକ୍ରମ

add-all

ମାଲକାନଗିରି : ଇଣ୍ଡିଆନ ରେଡ କ୍ରସ ସୋସାଇଟି ଓଡ଼ିଶା ରାଜ୍ୟ ଶାଖା ତରଫରୁ ରାଜ୍ୟସ୍ତରୀୟ ଜୁନିଅର ରେଡ଼କ୍ରସ ଅପ୍ରଶିକ୍ଷିତ କାଉନସିଲର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମାଲକାନଗିରି ସ୍ଥିତ ଜଗନ୍ନାଥ ପାଲ୍ଲୀ ହାଇସ୍କୁଲ ଏମଭି – ୭ ଠାରେ ଅନୁଷ୍ଠିତ ହୋଇ ଯାଇଛି । ଏହି ତିନି ଦିନିଆ କର୍ମଶାଳାରେ ଉଦଘାଟନି ସଭାରେ ମୁଖ୍ୟଅତିଥି ଭାବରେ ସହ ଜିଲ୍ଲା ଅଧିକ୍ଷକ ଶ୍ରୀଯୁକ୍ତ ସୋମନାଥ ପ୍ରଧାନ ମୁଖ୍ୟଅତିଥି, ରାଜ୍ୟ Jrc ଅଫିସର ଶ୍ରୀଯୁକ୍ତ ଲକ୍ଷ୍ମଣ ସ୍ୱାଇଁ, ଉଦଘାଟନି ସଭାର ସଭାପତି ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ବିଶ୍ବନାଥ ସାହୁ, ସମ୍ମାନିତ ଅତିଥି yrc ଜିଲ୍ଲା ସଂଯୋଜକ ଡଃ ରଞ୍ଜନ କୁମାର ସ୍ୱାଇଁ ସମ୍ମାନିତ ଅତିଥି ଜିଲ୍ଲା ଶାରିରୀକ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ କାର୍ତ୍ତିକ ଚନ୍ଦ୍ର ବେହେରା ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଏ ଇଶ୍ଵର ରାଓ jrc ଅଫିସର କୋରାପୁଟ ଶ୍ରୀଯୁକ୍ତ ଯଜ୍ଞେଶ୍ଵର ପଣ୍ଡା, ନବରଙ୍ଗପୁର jrc ଅଫିସର ନାରାୟଣ ପାଇକରାୟ, ସମ୍ମାନିତ ଅତିଥି , ଜିଲ୍ଲା jrc ଅଫିସର ରଶ୍ମିରଂଜନ ଜେନା, ପ୍ରମୁଖ ଉପସ୍ଥିତ ରହି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଆଗକୁ ନେଇ ଥିଲେ । ସ୍ୱାସ୍ଥ୍ୟ ସେବା ଓ ବନ୍ଧୁତା କୁ ଆଗକୁ ନେବା ପାଇଁ ରେଡ଼କ୍ରସ ଏକ ଅପ୍ରତିଦ୍ଵନ୍ଦୀ ଅନୁଷ୍ଠାନ ବୋଲି ଅତିଥିମାନେ ଅଭିହିତ କରିଥିଲେ । ଶେଷରେ ମାଲକାନଗିରି ବ୍ଲକ jrc ସଂଯୋଜକ ଶ୍ରୀଯୁକ୍ତ ନିରଂଜନ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ ।

ad-week
Leave A Reply

Your email address will not be published.