ଇଂରାଜୀଭାଷା ଶିକ୍ଷା ତାଲିମ ଶିବିର ଅନୁଷ୍ଠିତ

add-all

ନବରଙ୍ଗପୁର : ସ୍ଥାନୀୟ ଦକ୍ଷତାବିକାଶ ତାଲିମ କେନ୍ଦ୍ର ଠାରେ ଇଂରାଜୀ ଭାଷା ଶିକ୍ଷା ତାଲିମ ଶିବିର ଅନୁଷ୍ଠିତ ହୋଇଛି। ଉକ୍ତ ଶିବିରରେ ଜିଲ୍ଲାପାଳ ଙ୍କ ସହ ବହୁ ଅଧିକାରୀ ପ୍ରାଥମିକ ଆଶ୍ରମ ବିଦ୍ୟାଳୟର ୫୦ ଜଣ ଶିକ୍ଷକଙ୍କୁ ନେଇ ଇଂରାଜୀ ଭାଷା ଶିକ୍ଷା ତାଲିମ ଶିବିର ଆରମ୍ଭ ହୋଇଯାଇଛି । ଜିଲାପାଳ ଡ଼ଃ କମଳ ଲୋଚନ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଇଂରାଜୀ ଭାଷା ଶିକ୍ଷା କିଭଳି ଛାତ୍ର ଛାତ୍ରୀ ସରଳ ଭାବେ ବୁଝି ପାରିବେ ସେ ନେଇ ଆଲୋକପାତ କରିଥିଲେ । ଡି.ଡବ୍ଲୁ.ଓ ଶ୍ରୀ ରବୀନ୍ଦ୍ର ପାଲକା, ପିଏ ଆଇ.ଟି.ଡି.ଏ ଶ୍ରୀ ରାଜୀବ କୁମାର ସାହୁ, ଏ.ଡି.ଇ.ଓ ରେଶମ ଲାଲ ନାୟକ ପ୍ରମୁଖ ଉପସ୍ଥିତ ଥିଲେ, ଏଇ ଇଂରାଜୀ ଶିକ୍ଷକମାନଙ୍କର ତାଲିମ 30 ଜୁଲାଇ, 2024 ରୁ 02 ଅଗଷ୍ଟ, 2024 ପର୍ଯ୍ୟନ୍ତ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି।

ad-week
Leave A Reply

Your email address will not be published.