ବିଦ୍ୟୁତ ଆଘାତରେ ପଙ୍ଗୁ ପାଲଟିଲେ ଉଦରନ , ସ୍ୱାବଲମ୍ବୀ ହେବା ନେଇ ଚିନ୍ତାରେ ଦିନ ବିତୁଛି…

add-all

ଉମରକୋଟ /ଝରିଗାଁ : ଆଜିକୁ ପ୍ରାୟ ୩ବର୍ଷ ତଳେ ନିଜ ଗାଁର ଟ୍ରାନ୍ସଫର୍ମରରେ ଫିୟୁଜ ବାନ୍ଧିବାକୁ ଯାଇ ଅସାବଧାନତା ଯୋଗୁଁ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ଯୁବକ ପଙ୍ଗୁ ପାଲଟିଗଲେ । ବାପା ଓ ମାଆଙ୍କ ଏକମାତ୍ର ପୁଅ ଥିବା ବେଳେ ବର୍ତ୍ତମାନ ପୁଅ ବାପ ମାଆଙ୍କ ପାଇଁ ବୋଝ ପାଲଟି ଯାଇଛି । ନିଜେ ସ୍ୱାବଲମ୍ବୀ ହେବା ପାଇଁ ଚେଷ୍ଟା କରୁଥିବା ବେଳେ କୋୖଣସି ସୁଫଳ ମିଳିପାରୁ ନାହିଁ । ଏହିଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଧାମନାଗୁଡା ପଞ୍ଚାୟତ ଅନ୍ତର୍ଗତ ଟୁଟିଗୁଡା ଗ୍ରାମରେ।
ସୂଚନା ପ୍ରକାରେ ଟୁଟିଗୁଡା ଗ୍ରାମର ନରସିଂହ ଭତ୍ରାଙ୍କ ଏକ ମାତ୍ର ପୁଅ ଉଦରନ ଭତ୍ରା (୨୫) ଗତ ୩ ବର୍ଷ ତଳେ ଟୁଟିଗୁଡା ନିଜ ଗ୍ରାମର ବିଦ୍ୟୁତ ଟ୍ରାନ୍ସଫର୍ମର ଫିୟୁଜ ବିଛିନ୍ନ ହୋଇଯିବା ପରେ ସେହି ଟ୍ରାନ୍ସଫର୍ମରରେ ଫିୟୁଜ ବାନ୍ଧିବା ପାଇଁ ଟ୍ରାନ୍ସଫରମାର ଉପରେ ଚଢିଥିଲେ। କିନ୍ତୁ ଅସାବଧାନତା ଯୋଗୁଁ ବିଦ୍ୟୁତ ସଂସ୍ପର୍ଶରେ ଆସିବା ଫଳରେ ଉପରୁ ତଳେ କଚାଡିହୋଇ ପଡିଯାଇଥିଲେ ଏବଂ ବିଦ୍ୟୁତ ସଂସ୍ପର୍ଶରେ ଆସିବା ଫଳରେ ଉଦରନଙ୍କ ଡାହାଣ ହାତ ସହ ଗୋଡ଼,ପାଦ,ମୁହଁ ଏବଂ ପିଠିରେ ଆଘାତ ପ୍ରାପ୍ତ ହୋଇଥିଲା।

ତେବେ ଡାହାଣ ହାତରେ ଗଭୀର ଆଘାତ ହୋଇଥିବା ଯୋଗୁଁ ପରିବାର ଲୋକେ ଅତିରୁ ଅତି ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ କିନ୍ତୁ ସେଠାରେ ପ୍ରାଥମିକ ଚିକିତ୍ସା ପରେ ସ୍ୱାସ୍ଥ୍ୟର କୌଣସି ଉନ୍ନତି ନ ଦେଖି ଉତ୍ତମ ଚିକିତ୍ସା ପାଇଁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଡାବୁଗାଁ ଡାକ୍ତର ସ୍ଥାନାନ୍ତର କରିଥିଲେ।ସେଠାରେ କିଛି ଦିନ ଚିକିତ୍ସା ପରେ ସ୍ୱାସ୍ଥ୍ୟ ଅବସ୍ଥା ସଂକୋଟ ପୂର୍ଣ୍ଣ ଥିବାରୁ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଲୟ କୋରାପୁଟ ମେଡ଼ିକାଲ କଲେଜକୁ ପଠାଇ ଥିଲେ।କୋରାପୁଟ ମେଡ଼ିକାଲରେ କିଛି ଦିନ ଚିକିତ୍ସା ପରେ ମଧ୍ୟ ସ୍ୱାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ନହେବା ଯୋଗୁଁ ବ୍ରହ୍ମପୁର ଯିବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ।

ପରିବାର ଲୋକ ଏକ ମାତ୍ର ପୁଅର ଚିକିତ୍ସା କରିବା ପାଇଁ ବ୍ରହ୍ମପୁର ମେଡ଼ିକାଲ ଯାଇଥିଲେ ଓ ବ୍ରହ୍ମପୁର ମେଡ଼ିକାଲ ଯିବା ପରେ ତୁରନ୍ତ କଟକ ବଡ଼ ଡ଼ାକ୍ତରଖାନା ଯିବା ପାଇଁ ପରାମର୍ଶ ଦେଇଥିଲେ।ଶେଷରେ ପରିବାର ଲୋକେ କଟକ ବଡ଼ ଡ଼ାକ୍ତରଖାନାରେ ଗୁରୁତର ଅବସ୍ଥାରେ ପୁଅକୁ ଭର୍ତ୍ତି କରିଥିଲେ।କଟକ ବଡ଼ ଡାକ୍ତର ଖାନାରେ ଶେଷରେ ପୁଅର ଅସ୍ତ୍ରୋପଚାର କରି ଉଦରନଙ୍କ ଡାହାଣ ହାତ କାଟିବା ପାଇଁ ପଡିଥିଲା।ପ୍ରାୟ ଦେଢ଼ ମାସ ଧରି ସେଠାରେ ଚିକିତ୍ସା ହେବା ପରେ ଘରକୁ ଫେରିଥିଲେ।ପରିବାର ଲୋକଙ୍କ କହିବା ପ୍ରକାରେ କଟକ ବଡ଼ ମେଡ଼ିକାଲରୁ ଆସିବା ପରେ ଏକ ମାସ ପରେ ପୁଣି ଥରେ ଯିବା ପାଇଁ କହିଥିଲେ।ତେବେ ଅର୍ଥ ଅଭାବ ଯୋଗୁଁ ଆଉ କଟକ ଯାଇ ନଥିବା ପରିବାର ଲୋକ କହିଛନ୍ତି।ପୁଅର ଚିକିତ୍ସା ପାଇଁ ପରିବାର ଲୋକ ନିଜ ସମ୍ପର୍କୀୟ ମାନଙ୍କ ଠାରୁ ଧାର ଉଧାର କରିଥିଲେ।ପରେ ଅର୍ଥ ଅଭାବ ଯୋଗୁଁ ନିଜର ଦୁଇ ଏକର ଜମି ମଧ୍ୟରୁ ଏକ ଏକର ଜମି ବିକ୍ରି କରିଦେଇ ଚିକିତ୍ସା ପାଇଁ ଯାଇଥିଲେ କିନ୍ତୁ ପୁଣି ଥରେ ଟଙ୍କାର ଆବଶ୍ୟକ ପଡିବାରୁ ନିଜ ପାଖରେ ଥିବା ବାକି ଜମିକୁ ମଧ୍ୟ ବନ୍ଧା ପକାଇ ଦେଲେ।ବର୍ତ୍ତମାନ ତିନି ବର୍ଷ ବିତିଗଲା ପରେ ମଧ୍ୟ ଟଙ୍କା ଯୋଗାଡ କରି ନ ପାରି ଜମି ମୁକୁଳାଇବାରେ ସକ୍ଷମ ହୋଇପାରି ନାହାନ୍ତି ପରିବାର ଲୋକେ ।

ଏଭଳି ଦୁଃଖ ଦରିଦ୍ର ଅସହାୟ ଅବସ୍ଥାରେ ପୁଅର ଚିକିତ୍ସା ମଧ୍ୟ ଭଲ ଭାବରେ କରିପାରୁ ନାହାନ୍ତି।ବର୍ତ୍ତମାନ ଉଦରନର ପିଠିର ଘା ଶୁଖି ନଥିବା ବେଳେ ଯନ୍ତ୍ରଣା ହେଉଥିବା କହିଛନ୍ତି,ଚିକିତ୍ସା ପାଇଁ କୌଣସି ଉପାୟ ନପାଇ ଶେଷରେ ତିନି ବର୍ଷ ହେବ ଦେଶୀ ଔଷଧ ଉପରେ ନିର୍ଭର କରି ଚିକିତ୍ସିତ ହେଉଛନ୍ତି।ନିଜର ଜମି ହାତରୁ ଯିବା ପରେ ଅନ୍ୟର ଜମିରେ କୁଳି କାମ କରି ପରିବାର ପ୍ରତିପୋଷଣ କରୁଛନ୍ତି ଉଦରଣର ବାବା ।ଏଭଳି ଦୟନୀୟ ଅବସ୍ଥାରେ ରହୁଥିବା ପରିବାର ବର୍ଗକୁ ପ୍ରଶାସନ ପକ୍ଷରୁ ଉଦରନକୁ ମାଗଣା ଚିକିତ୍ସା କରିବା ସହ ଉଦରନ ଯେପରି ସ୍ୱାବଲମ୍ବୀ ହେବା ପାଇଁ ଆର୍ଥିକ ସହାୟତା ପାଇଁ ପାରିବ ତାହା ଯୋଗାଇ ଦେବା ପାଇଁ ପରିବାର ପକ୍ଷରୁ ଜ଼ିଲ୍ଲା ପ୍ରଶାସନ ପାଖରେ ଗୁହାରି କରିଛନ୍ତି।

ad-week
Leave A Reply

Your email address will not be published.