୩୫ କିଲୋ ଗଞ୍ଜେଇ ସହ , ଜଣେ ଗିରଫ

add-all

ଉମରକୋଟ : ଉମରକୋଟ ଅବକାରୀ ବିଭାଗ ତରଫରୁ ୩୫ କିଲୋଗ୍ରାମ ଗଞ୍ଜେଇ ଜବତ କରିବା ସହ ଜଣେ ଅଭିଯୁକ୍ତ ଙ୍କୁ ଗିରଫ କରାଯାଇଛି। ଉମରକୋଟ ଅବକାରୀ ବିଭାଗ ତରଫରୁ ଦିଆ ଯାଇଥିବା ସୂଚନା ଅନୁଯାଇ ଉମରକୋଟ ଅବକାରୀ ବିଭାଗର କର୍ମଚାରୀମାନେ କୌଣସି ସୂତ୍ର ରୁ ଖବର ପାଇ କୁନ୍ଦେଇ ଥାନା ଅନ୍ତର୍ଗତ ହିର୍ଲି ଗ୍ରାମ ର ଭୋଲେନାଥ ଗଣ୍ଡ ୧୯ ବର୍ଷ ଙ୍କ ଘର ଉପରେ ଚଢାଉ କରିଥିଲେ ଓ ଭୋଲେନାଥ ଙ୍କ ବାରିପଟ ରୁ ୩୫ କିଲୋଗ୍ରାମ ଗଞ୍ଜେଇ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରିଛି ଅବକାରୀ ଟିମ। ଏହି ଚଢ଼ାଉ ସମୟରେ ଉମରକୋଟ ରେଞ୍ଜର ଅବକାରୀ ନିରୀକ୍ଷକ ରଞ୍ଜୁଲତା ବାରିକ, ରାଇଘର ଅବକାରୀ ଥାନାର ଉପ ନିରୀକ୍ଷକ ସୁଶିଲ କୁମାର ଭୂୟାଁ, ଏଏସଆଇ ମାଖନ ହାଲଦାର, ଅବକାରୀ ବିଭାଗର କନେଷ୍ଟବଲ ସୁବାସ ଗୌଡ଼, ସୁଧାଂଶୁ ଶେଖର ବାଗ, ଆକ୍ରମ ଖାନ, ଜ୍ୟୋତ୍ସ୍ନା ହରିଜନ, ବିବେକାନନ୍ଦ ସାହୁ, ପ୍ରସାଦ ବଳବନ୍ତରାୟ, ଆକାଶ ଶବର ଓ ଅନନ୍ତ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ। ଆଜି ଅପରାହ୍ନ ରେ ଭୋଲେନାଥ କୁ ଉମରକୋଟ ଅତିରିକ୍ତ ଜିଲ୍ଳା ଦୌରା ଜର୍ଜ ଙ୍କ କୋର୍ଟରେ ହାଜର କରିଥିଲେ । ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ କୁ ଜେଲ କୁ ପଠାଇ ଦିଆଯାଇଛି।

ad-week
Leave A Reply

Your email address will not be published.