ସିଟି ସ୍କୁଲ ପ୍ରଧାନଶିକ୍ଷକଙ୍କ ନାଁ ରେ ଗୁରୁତର ଅଭିଯୋଗ ଆଣିଲେ ଛାତ୍ରଛାତ୍ରୀ

add-all

ରାୟଗଡ଼ା : ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ବିସମ କଟକ ସିଟିସ୍କୁଲର ଅନେକ ଛାତ୍ର ଛାତ୍ରୀ ସିଟିସ୍କୁଲର କାର୍ଯ୍ୟରତ ହେଡମାଷ୍ଟର ସରତଚନ୍ଦ୍ର ସେଠଙ୍କ ନାଁରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ । ଏନେଇ ଜିଲ୍ଲାପଲଙ୍କୁ ଭେଟିବାକୁ ଆସିଛନ୍ତି ସ୍କୁଲର ଛାତ୍ରଛାତ୍ରୀ । ଉକ୍ତ ସ୍କୁଲର ଛାତ୍ରୀ ଓ ଛାତ୍ର ମାନଙ୍କ ସହିତ ଦୁର୍ବ୍ୟବହାର ସହିତ, ଛାତ୍ରୀ ମାନଙ୍କୁ ବିଳମ୍ବିତ ରାତି ସମୟରେ ନିଜ ରୁମକୁ ଡାକି ସେମାନଙ୍କ ସହିତ ଦୁର୍ବ୍ୟବହାର କରିବା ସହିତ ଛାତ୍ରୀମାନଙ୍କ ଶୌଚାଳୟରେ ସିସିଟିଭି କ୍ୟାମେରା ଲଗାଇବା ଏବଂ ସେମାନଙ୍କ ମୋବାଇଲକୁ ଖରାପ ମ୍ୟାସେଜ କରିବା ଭଳି ଅଭିଯୋଗ ଆସିଛି ସିଟିସ୍କୁଲ ହେଡମାଷ୍ଟର ସରତଚନ୍ଦ୍ର ସେଠଙ୍କ ନାଁ ରେ ।

ଅନ୍ୟପକ୍ଷରେ ଅତିରିକ୍ତ ଜିଲ୍ଲାପାଳ, ବିଚିତ୍ରା ସେଠି ଏବଂ ଜିଲ୍ଲା ଶିକ୍ଷା ଅଧିକାରୀ ବଶନ୍ତ ନାୟକ, ପିଲାମାନଙ୍କ ସମସ୍ୟାକୁ ନେଇ ଛାତ୍ର ଛାତ୍ରୀ ମାନଙ୍କ ସହିତ ବର୍ତ୍ତମାନ ଜିଲ୍ଲା ଶିକ୍ଷାଅଧିକାରୀ ବଶନ୍ତ କୁମାର ନାୟକ ଏବଂ ଅତିରିକ୍ତ ଜିଲ୍ଲାପାଳ ବିଚିତ୍ରା ସେଠି ସ୍କୁଲର ସମସ୍ୟାକୁ ନେଇ ଆଲୋଚନା କରୁଛନ୍ତି । ପରେ ଛାତ୍ର ଛାତ୍ରୀ ଜିଲ୍ଲାପାଳ ଙ୍କୁ ଭେଟି ସେମାନଙ୍କ ଉପରେ ହେଉଥିବା ସମସ୍ୟା ବିଷୟରେ ଅବଗତ କରିବା ପରେ, ଘଟଣାର ତଦନ୍ତ କରି କାର୍ଯନୁଷ୍ଠାନହେବା ନେଇ ସୂଚନା ଦେଇଛନ୍ତି ରାୟଗଡା ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ।

ad-week
Leave A Reply

Your email address will not be published.