କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀଙ୍କୁ ଭେଟିଲେ କନ୍ଧମାଳ ସାଂସଦ…

add-all


ଫୁଲବାଣୀ :୦୩/୦୮: କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ହରଦୀପ୍‌ ସିଂହ ପୁରୀଙ୍କୁ ସାକ୍ଷାତ କରିଛନ୍ତି କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ । ବିଶେଷ କରି କନ୍ଧମାଳ ଜିଲାରେ ୨୦ଟି ନୂତନ ପେଟ୍ରୋଲ ପମ୍ପ ସ୍ଥାପନ ସହିତ ସହରାଞ୍ଚଳ ଏବଂ ଉପସହରାଞ୍ଚଳରେ ଜୈବିକ ଇନ୍ଧନ ଓ ସିଏନଜି ବ୍ୟବସ୍ଥା ଆରମ୍ଭ କରିବା ଦିଗରେ ଆଲୋଚନା କରିଛନ୍ତି । ଏହି ଅବସରରେ ଗେଲ୍‌ ଏବଂ ସ୍ଥାନୀୟ ଏମ୍‌ଏସ୍‌ଏମଇ ବିକ୍ରେତାଙ୍କ ମଧ୍ୟରେ ସଂପର୍କ ବୃଦ୍ଧି ଉପରେ ମଧ୍ୟ ସାଂସଦ ଶ୍ରୀ ପାଣିଗ୍ରାହୀ କେନ୍ଦ୍ରମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି। ଆଲୋଚନା ବେଳେ ଗେଲ୍‌ ନିଜର ପାଇପ୍‌ ଲାଇନ୍‌ ନେଟୱାର୍କ କନ୍ଧମାଳ ଜିଲାର ଦୁର୍ଗମ ଅଞ୍ଚଳ ଗୁଡ଼ିକରେ କିଭଳି ଭାବେ ଅଧିକରୁ ଅଧିକ ବିସ୍ତାର କରିବ ସେ ନେଇ ମଧ୍ୟ ସାଂସଦ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ପେଟ୍ରୋଲିୟମ୍‌ ମନ୍ତ୍ରଣାଳୟ ପକ୍ଷରୁ ଏ ଦିଗରେ ପଦକ୍ଷେପ ଗ୍ରହଣ କରାଗଲେ କନ୍ଧମାଳ ଜିଲାର ବିକାଶ ଆହୁରି ବ୍ୟାପକ ହୋଇ ପାରିବ ବୋଲି ସାଂସଦ ଆଲୋଚନା ବେଳେ ମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି ବୋଲି ଏକ ପ୍ରେସ୍‌ ବିବୃତ୍ତିରେ ଦର୍ଶାଇଛନ୍ତି।

ad-week
Leave A Reply

Your email address will not be published.