ପ୍ରବଳ ବର୍ଷାରେ ବୁଡ଼ିଲା କଂଗୁରୁକୋଣ୍ଡା ପୋଲ, କାଲିମେଳା ବ୍ଲକକୁ ଯତାୟତ ବାଧାପ୍ରାପ୍ତ

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ କିଛିଦିନ ର ବ୍ୟବଧାନ ପରେ ଗତକାଲି ରାତିରେ ପ୍ରବଳ ବର୍ଷା ଲାଗି ରହିବା ଯୋଗୁଁ କାଙ୍ଗୁରକୋଣ୍ଡା ଓ କନ୍ୟାଶ୍ରମ ପୋଲ ବୁଡ଼ିଯାଇଛି। ଉଭୟ ପୋଲ ଉପରେ ପାଖାପାଖୂ ୩/୪ ଫୁଟ ବନ୍ୟା ଜଳ ପ୍ରବାହିତ ହେଉଛି।ଫଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯାତାୟାତକୁ ବନ୍ଦ କରାଯାଇଛି। ଜିଲ୍ଲାରେ ଗତକାଲି ରାତିରେ ପ୍ରବଳ ବର୍ଷା ଯୋଗୁଁ କାଙ୍ଗୁରୁକୋଣ୍ଡା ଓ କନ୍ୟାଶ୍ରମ ପୋଲ ଉପରେ ଆଜି ସକାଳୁ ବନ୍ୟା ଜଳ ପ୍ରବାହିତ ହେଉଛି। ଜାତୀୟ ରାଜ ପଥରେ ଯାତାୟାତ ପ୍ରଭାବିତ ହେବା ସହ ମାଲକାନଗିରିରୁ କାଲିମେଳାକୁ ଯୋଗାଯୋଗ ସମ୍ପୂର୍ଣ୍ଣ ଭାବେ ବିଛିନ୍ନ ହୋଇପଡିଛି।ଦୀର୍ଘ ସମୟ ଧରି ଉଭୟ ପଟେ ଅନେକ ଯାନବାହାନ ଅଟକି ରହିଛି। ସେହିପରି କାଲିମେଳା ପଡିଆ ବ୍ଲକକୁ ସଂଯୋଗ କରୁଥିବା କନ୍ୟାଶ୍ରମ ପୋଲ ଉପରେ ମଧ୍ୟ ଜଳ ପ୍ରବାହିତ ଯୋଗୁଁ କାଲିମେଳାରୁ ପଡିଆ ବ୍ଲକକୁ ଯାତାୟାତ ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇଛି। ପୂର୍ବରୁ ମଧ୍ୟ ଅନେକ ଥର ଏହି ପୋଲ ଗୁଡିକ ଜଳ ମଗ୍ନ ହୋଇଥିଲା । କିନ୍ତୁ ପ୍ରସ୍ତାବବିତ ଉଚ୍ଚ ପୋଲ ନିର୍ମାଣକୁ ଗୁରୁତ୍ୱ ଦେଇ ତୁରନ୍ତ କାର୍ଯ୍ୟ ସମାପନ କରିବାକୁ ଉଭୟ ପଡିଆ ଓ କାଲିମେଳା ଅଞ୍ଚଳବାସୀ ଦାବି କରିଛନ୍ତି ।

ad-week
Leave A Reply

Your email address will not be published.