
ଛତ୍ରପୁର : ପରିବେଶ ସନ୍ତୁଳନ ପାଇଁ ବୃକ୍ଷ ରୋପଣର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ସୁରକ୍ଷା ସାମାଜିକ ସଂଗଠନ ପକ୍ଷରୁ ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନନ୍ତପୁର ଗ୍ରାମରେ ଏକ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ସଂଗଠନ ର ସଭାପତି ଅଜିତ କୁମାର ପରିଡାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଂଗଠନର ସମସ୍ତ ସଦସ୍ୟ ମାନେ ଯୋଗ ଦେଇ ବିଭିନ୍ନ କିସମର ବୃକ୍ଷ ରୋପଣ କରିଥିଲେ l ପୂର୍ବରୁ ସଂଗଠନ ପକ୍ଷରୁ ରକ୍ତଦାନ ଶିବିର, ପଣା ବଣ୍ଟନ, ଜଳ ଛତ୍ର ଓ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରା ଯାଇଥିବା ବେଳେ ଆଜିର କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ସଂଗଠନର ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ପଣ୍ଡା, କୋଷାଧ୍ୟକ୍ଷ ରବି ପଟ୍ଟନାୟକ, ନୀଳାଞ୍ଚଳ ପଟ୍ଟନାୟକ, ଗୌରୟା ପାତ୍ର, ସି. ଏଚ. କ୍ରିଷ୍ଣା ରେଡ୍ଡୀ, ନିରଞ୍ଜନ ମାର୍ଥା, ସୂର୍ଯ୍ୟ ନାରାୟଣ ସାହୁ, ମନୋଜ ପ୍ରଧାନ, ଜିତେନ୍ଦ୍ର ପଣ୍ଡାଙ୍କ ସମେତ ବହୁ ସଦସ୍ୟ ମାନେ ଯୋଗ ଦେଇ ବୃକ୍ଷ ରୋପଣ କରିଥିଲେ l