ଉତ୍ତର ପ୍ରଦେଶ ଆଳୁ ଓଡିଶା ବାସୀଙ୍କୁ କନ୍ଦେଇବ……!

add-all

ଅଧିକ ଦର ଯୋଗୁଁ ଖାଉଟି ହନ୍ତସନ୍ତ ହେବେ……
ବ୍ରହ୍ମପୁର : ଗତ କିଛି ଦିନ ହେଲା ରାଜ୍ୟରେ ଆଳୁ ସଙ୍କଟ ଦେଖା ଦେଇଛି। ଦୀର୍ଘ ଦଶନ୍ଧି ଧରି ପଶ୍ଚିମବଙ୍ଗ ରାଜ୍ୟରୁ ଆମ ରାଜ୍ୟକୁ ଆଳୁ ଆସୁଛି। ନୂତନ ସରକାର ଆସିବା ପରେ ଅନ୍ୟାନ୍ୟ ସାମଗ୍ରୀ ର ଦର ବୃଦ୍ଧି ଘଟିଥିଲା ତା ପରେ ଆଳୁ ଦର ହୁ ହୁ ହୋଇ ବଢ଼ି ଶେଷରେ ୫୦ ଟଙ୍କାରୁ ଉର୍ଦ୍ଧ ଦରରେ ବିକ୍ରି ହେଲା। ସରକାର ଶେଷରେ ପଶ୍ଚିମବଙ୍ଗ ବଦଳେ ଉତ୍ତର ପ୍ରଦେଶ ରୁ ଆଳୁ ଆଣିବା କୁ ନିଷ୍ପତି ନେଲେ। ହେଲେ ପଶ୍ଚିମ ବଙ୍ଗ ଅପେକ୍ଷା ଅଧିକ ଦରରେ ଆଳୁ ଆଣି ଲୋକଙ୍କ ଦୁଃଖ ଦୂର କରିବାକୁ ଚେଷ୍ଟା ଚାଲିଛି। ଉତ୍ତର ପ୍ରଦେଶ ରୁ ଆଳୁ ରପ୍ତାନି କରିଲେ ଅତ୍ୟାଧିକ ଖର୍ଚ୍ଚ ସାଙ୍ଗକୁ ଗୋଟିଏ ବସ୍ତାରୁ ପ୍ରାୟ ଦଶ କିଲୋ ପଚାଶଢ଼ା ଆଳୁ ବାହାରିବା ସହ ବଡ଼ ଆଳୁ ମଧ୍ୟ ବାହାରୁଛି। ସରକାର ଙ୍କ ଉତ୍ତର ପ୍ରଦେଶ ରୁ ଆଳୁ ଆଣିବା ଏଭଳି ନିଷ୍ପତ୍ତି କୁ ନେଇ ବର୍ତ୍ତମାନ ସମୟ ରେ ଆଳୁ ଦର ରେ ଲଗାମ ଲଗାଇବା କଷ୍ଟ ସାଧ୍ୟ ହେବ ବୋଲି ଚର୍ଚ୍ଚା ହେଲାଣି। ହେଲେ ଦିଦିଙ୍କ ହାତ ଛାଡ଼ି ଯୋଗିଙ୍କ ହାତ ଧରିବା ସରକାର ଙ୍କୁ ମହଙ୍ଗା ପଡ଼ିବ ବୋଲି ଚର୍ଚ୍ଚା ଆରମ୍ଭ ହେଲାଣି। ଆମ ରାଜ୍ୟକୁ ପଶ୍ଚିମବଙ୍ଗ ରୁ କେବଳ ଆଳୁ ଆସୁନାହିଁ। ସେଠାରୁ ଦୈନିକ କୋଟି କୋଟି ଟଙ୍କାର ବିଭିନ୍ନ କିସମର ସାମଗ୍ରୀ ଟ୍ରକ, ବସ ଓ ଟ୍ରେନ ଯୋଗେ ଆସୁଛି। ପଶ୍ଚିମବଙ୍ଗ ଅପେକ୍ଷା ଉତ୍ତର ପ୍ରଦେଶ ରୁ ଆଳୁ ଆଣି ଲୋକେ ପୂର୍ବ ଭଳି ସ୍ୱଳ୍ପ ଦରରେ ଆଳୁ ପାଇବା ଏତେ ସହଜ ହେବନାହିଁ, ବୋଲି ଆଲୋଚନା ହେଉଛି।

ad-week
Leave A Reply

Your email address will not be published.