ଇଣ୍ଡିଆନ ଗ୍ୟାସ ଗ୍ରାହକ ଙ୍କୁ କର୍ମଚାରୀ ଙ୍କ ଦ୍ୱାରା ଶୋଷଣ…!

add-all

ଅଧିକାରୀ ନିରବ ଖାଉଟି ହନ୍ତସନ୍ତ…


ବ୍ରହ୍ମପୁର: ୫-୮ ଆସିକା ସହରରେ ଯାହା ଦୁର୍ନୀତି ହେଲେ ବି ବାବୁ ମାନଙ୍କ ପ୍ରତି କେବେ ବି କାର୍ଯ୍ୟାନୁ ଷ୍ଠାନ ହେଉନ ଥିବା ଯୋଗୁଁ ପାଦ ପାଦରେ ଦୁର୍ନୀତି ହେଉଛି। ଆସିକା ରେ ଯିଏ ଯେମିତି ପାରିଲା ସେ ଯେ କୌଣସି ସାମଗ୍ରୀ ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗ ହେଉଛି। ଇଣ୍ଡିଆନ ଗ୍ୟାସ ର କିଛି କର୍ମଚାରୀ ଲୋକଙ୍କୁ ଗ୍ୟାସ ଦେବା ବେଳେ ମାତ୍ରାଧିକ ଟଙ୍କା ଦାବୀ କରୁଥିବା ଅଭିଯୋଗ ହେଉଛି। ସରକାର ଙ୍କ ଧାର୍ଯ୍ୟ ଦର ଠାରୁ ଅଧିକ ଦର ମଧ୍ୟ ଖାଉଟି ମାନଙ୍କ ଠାରୁ ନିଆଯାଉଛି। ଏହି କମ୍ପାନୀ ର କେତେକ କର୍ମଚାରୀ ନିଜର ଇଚ୍ଛା ମୁତାବକ ଗ୍ୟାସ ଯୋଗାଣ କରି କମ୍ପାନୀ କୁ ବଦନାମ କରୁଥିବା ନେଇ ଚର୍ଚ୍ଚା ହେଉଛି। ଗ୍ରାହକ ଗ୍ୟାସ ବୁକିଙ୍ଗ ବେଳେ ବି ଅସୁବୁଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି। ଆସିକା ରେ ଦୀର୍ଘ ବର୍ଷ ହେଲା ଖାଉଟି ମାନଙ୍କୁ ଘରୋଇ ଗ୍ୟାସ ଯୋଗାଣ ବେଳେ ଯେଉଁ ସବୁ ନିୟମ ଅଛି ତାହା ତଦାରଖ ହେଉନାହିଁ। ଜିଲ୍ଲାପାଳ ଅଚାନକ ଗସ୍ତ କରିଲେ ବାବୁ ମାନଙ୍କ ଅସଲ ମୁଖା ଖୋଲିବ ବୋଲି ସଚେତନ ମହଲ ରୁ ଦାବୀ ହେଉଛି।

ad-week
Leave A Reply

Your email address will not be published.