
ନବରଙ୍ଗପୁର : ନବରଙ୍ଗପୁର ଗୌଶିକ ଫିଟନେସ ପାର୍କ ଜିମ୍ ର ପ୍ରତିଷ୍ଠାତା ଶ୍ରୀ ରୋମିଓ ପାତ୍ର ବୋଡି ବିଲଡିଙ୍ଗ କ୍ଷେତ୍ରରେ ସେ ନବରଙ୍ଗପୁର କୁ ରାଜ୍ୟ ଏବଂ ଜାତୀୟ ସ୍ତର ରେ ବହୁବାର ଗର୍ବିତ କରେଇଛନ୍ତି, ନବରଙ୍ଗପୁର ଭଳି ଏକ ଉପାନ୍ତ ଅଞ୍ଚଳରେ ତାଙ୍କ ଠାରୁ ତାଲିମ ପାଇ ଏହି ଜିମ ର ଅନେକ ସଦସ୍ୟ ରାଜ୍ୟ ସ୍ତର ରେ ଏବଂ ଜାତୀୟ ସ୍ତର ର ପ୍ରତିଯୋଗୀତା ରେ ଭାଗ ନେଇ ସ୍ଵର୍ଣ ପଦକ ମଧ୍ଯ ହାସଲ କରି ଏବେ କ୍ରୀଡା ବର୍ଗ ରେ ସରକାରୀ ଚାକିରୀ ମଧ୍ଯ ପାଇଛନ୍ତି, ରୋମିଓ ପାତ୍ର ଯୁବଗୋଷ୍ଠୀଙ୍କୁ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ କରେଇବା ଲକ୍ଷ ନେଇ ଦୀର୍ଘ ବହୁ ବର୍ଷ ହେଲା ଏହି ବୋଡି ବିଲଡିଙ୍ଗ କ୍ଷେତ୍ରରେ ନିଜ ର ପରିଶ୍ରମ ଜାରି ରଖିଛନ୍ତି, ସବୁଠାରୁ ଅତି ଗର୍ବ ର କଥା ସେ ଜାତୀୟ ବୋଡି ବିଲଡିଙ୍ଗ ପ୍ରତିଯୋଗିତା ର ବିଚାରକ ହେବାର ସ୍ୱୀକୃତି ପାଇଛନ୍ତି, ଯାହା ନବରଙ୍ଗପୁର ଜିଲ୍ଲା ପାଇଁ ଗର୍ବର ବିଷୟ, ଆଜି ଭୁବନେଶ୍ୱର ରେ ରାଜ୍ୟ ର ସମସ୍ତ ଜିଲ୍ଲାର ଏସୋସିଏସନ ର ସଦସ୍ୟ ମାନଙ୍କୁ ନେଇ ହେଇଥିବା ନିର୍ବାଚନରେ ଶ୍ରୀ ରୋମିଓ ପାତ୍ର ଦ୍ଵିତୀୟ ଥର ପାଇଁ ସମ୍ପାଦକ ଭାବେ ନିର୍ବାଚିତ ହେଇ ପ୍ରତ୍ୟେକ ନବରଙ୍ଗପୁରିଆ ତଥା ଜିଲ୍ଲା ବାସିଙ୍କୁ ଗର୍ବିତ କରେଇଛନ୍ତି,ଏ ସଫଳତା ପାଇଁ ଜନ ପ୍ରତିନିଧି,ଖେଳପ୍ରେମି, ବୁଦ୍ଧିଜୀବୀ ଶ୍ରୀ ପାତ୍ର ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।