ବାଇକ୍ ବୋଲେରୋ ମୁହାଁ ମୁହିଁ ଧକ୍କା,ଜଣେ ମୃତ ଜଣେ ଗୁରୁତର,ଉତେଜନା ହୋଇ ଲୋକେ ରାସ୍ତା ରୋକ…

add-all


ଫୁଲବାଣୀ : ଖଜୁରୀପଡ଼ା ଥାନା ଅନ୍ତର୍ଗତ ଲମ୍ବାଗୁଡ୍ରି ନାଳ,ପୋଲ ନିକଟରେ ସୋମବାର ଦିନ ଅପରାହ୍ନ ବେଳେ ବାଇକ୍ ବୋଲେରୋ ମୁହାଁ ମୁହିଁ ଧକ୍କା ହେବା ଦ୍ବାରା ଜଣେ ମୃତ ହେବା ସହିତ ଅନ୍ୟ ଜଣେ ଗୁରୁତର ହୋଇ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗେ ଡାକ୍ତର ଖାନାଭର୍ତ୍ତି କରାଯାଇଛି ।ସୂଚନା ପ୍ରକାରେ ଲମ୍ବାଗୁଡ୍ରି ଗ୍ରାମର ଆଶିଷ ଜାନି (୧୭)ଏବଂ ମୋହିତ ମଲ୍ଲିକ ସ୍ଥାନୀୟ ଲ୍ୟାମ୍ ସିଏ ସ୍ ସାର ବିକ୍ରୟ କେନ୍ଦ୍ର କୁ ହିରୋ ଏଚ. ଏଫ୍ ଡିଲେକ୍ସ ବାଇକ୍ ନଂ ଓଆର୍ ୧୨ ବି ୨୨୮୭ ରେ ଦୂତି ମେଣ୍ଡି ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ବୋଲେରୋ ଗାଡ଼ି ନଂ ଓଡି ୧୨ ୧୩୯୮ ସହିତ ଲମ୍ବା ଗୁଡ୍ରି ନାଳ ନିକଟରେ ମୁହାଁ ମୁହିଁ ଧକ୍କା ହେବା ପରେ ଘଟଣା ସ୍ଥଳରେ ଆଶିଷ ଜାନି ର ମୃତ୍ୟୁ ହୋଇଥିବା ବେଳେ ମୋହିତ ମଲ୍ଲିକଙ୍କୁ ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ଫୁଲବାଣୀ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି ।ଅନ୍ୟପଟେ ଦୁର୍ଘଟଣା ପରେ ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ହୋଇ ଯାଇଛି। ଏ ନେଇ ଗ୍ରାମବାସୀ ଉତ୍ତେଜନା ହୋଇ ଫୁଲବାଣୀ ଠାରୁ ରାଜଧାନୀ ଭୁବନେଶ୍ଵର କୁ ସଂଯୋଗ କରୁଥିବା ୫୭ ନଂ ଜାତୀୟ ରାଜପଥ ଏବଂ ସମ୍ବର ଡେଗା ଠାରୁ ସୁଦ୍ରୁକୁମ୍ପା ରାସ୍ତାକୁ ସମ୍ବର ଡେଗା ଠାରେ ଦୁଇ ଘଣ୍ଟା ଧରି ରାସ୍ତା ଅବରୋଧ କରିଥିଲେ ।ଖବର ପାଇବା ପରେ ଘଟଣା ସ୍ଥଳକୁ ତହସିଲଦାର ଶ୍ରୀ ସୌମ୍ୟ ରଞ୍ଜନ ପାତ୍ର,ଅତିରିକ୍ତ ତହସିଲଦାର ବ୍ରହ୍ମା ନନ୍ଦ ଥାଟି,ରାଜସ୍ବ ନୀରିକ୍ଷକ ଅଧିକାରୀ ମାନସ ସାହୁ,ସମେତ ଥାନା ଅଧିକାରୀ ଚାପ ଧାରୀ ପ୍ରଧାନ ପହଞ୍ଚି ଉତ୍ୟକ୍ତ ଲୋକ ଙ୍କୁ ବୁଝା ଶୁଝା କରିଥିଲେ ।କ୍ଷତି ପୂରଣ ବାବଦକୁ ରେଡକ୍ରସ ପାଣ୍ଠି ରୁ ଦଶହଜାର ଦେବା ସହିତ ମୃତକଙ୍କ ପାରିବାର କୁ କ୍ଷତି ପୁରଣ ରାଶି ଦେବାକୁ ତହସିଲଦାର ପ୍ରତିଶୃତି ଦେବା ପରେ ରାସ୍ତା ରୋକ୍ ହଟିଥିଲା ।

ad-week
Leave A Reply

Your email address will not be published.