
ମାଲକାନଗିରି : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକର ବରିଷ୍ଠ ସାମ୍ବାଦିକ ତଥା ଧରିତ୍ରୀ ଖବର କାଗଜରେ କାର୍ଯ୍ୟ ରତ ଖିରୋଦ ବେହେରାଙ୍କ ଗତକାଲି ସନ୍ଧ୍ୟା ସମୟରେ ମୃତ୍ୟୁ ହୋଇ ଯାଇଛିା ସେ ଗତ ଦୁଇବର୍ଷ ହେଲା କିଡ୍ନି ରୋଗରେ ପୀଡିତ ଥିବା ବେଳେ ଗତକାଲି ତାଙ୍କର ମୃତ୍ୟୁ ହୋଇ ଯାଇଛିା ଖିରୋଦ ବେହେରା ଗତ ଦୁଇବର୍ଷ ଧରି କିଡ୍ନି ରୋଗରେ ପୀଡିତ ଥାଇ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ପ୍ରତି ସପ୍ତାହରେ ଡାଇଲାସିସ୍ ଚେକିଙ୍ଗ ପାଇଁ ଆସୁଥିଲେ । ତେବେ ଗତକାଲି ମଧ୍ୟ ସେ ନିଜର ଡାଇଲାସିସ୍ ଚେକିଙ୍ଗ ପାଇଁ ମାଲକାନଗିରି ସଦର ମହକୁମା ମୁଖ୍ୟ ଚିକିତ୍ସାଳୟକୁ ଆସି ଚିକିତ୍ସା ସାରି ବସ୍ ଯୋଗେ ଚିତ୍ରକୋଣ୍ଡା ଫେରୁଥିବା ସମୟରେ କୋରୁକୋଣ୍ଡା ନିକଟରେ ହଠାତ୍ ସେ ଅଚେତ ହୋଇ ପଡିଥିଲୋ ସଙ୍ଗେ ସଙ୍ଗେ ତାଙ୍କୁ କୋରୁକୋଣ୍ଡା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରା ଯାଇଥିଲା କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟ ଘୋଷଣା କରିଥିଲୋ ପ୍ରକାଶ ଥାଉ କି ସ୍ୱର୍ଗତ ବେହେରା କିଡ୍ନି ରୋଗରେ ପୀଡିତ ଥିବା ବେଳେ ଆସନ୍ତା ମାସ ତାଙ୍କର କିଡ୍ନୀ ବଦଳାଇବା ନିମନ୍ତେ ସମସ୍ତ ପ୍ରସ୍ତୁତି ହୋଇଥିଲ।। ତେବେ ହଠାତ୍ ତାଙ୍କର ମୃତ୍ୟୁ ହୋଇ ଯିବାରୁ ଚିତ୍ରକୋଣ୍ଡା ଅଂଚଳରେ ଏକ ଶୋକର ଛାୟା ଖେଳି ଯାଇଛିା ଏଥିସହ ମାଲକାନଗିରି ଜିଲ୍ଲାର ଉତ୍କଳ ସାମ୍ବାଦିକ ସଂଘ ସହ ଅନ୍ୟାନ୍ୟ ସଂଘର ସମସ୍ତ ସାମ୍ବାଦିକ ମହଲରେ ମଧ୍ୟ ଶୋକର ଛାୟା ଖେଳି ଯାଇଛିା ସ୍ୱର୍ଗତ ବେହେରା ଜଣେ ମିଷ୍ଠଭାସୀ, ପରୋପକାରୀ, ମେଳାପି ବ୍ୟକ୍ତି ଥିଲେ । ସେ ସାମ୍ବାଦିକତା କରୁଥିବା ସମୟରେ ବିଭିନ୍ନ ସଂଗଠନ ଓ ଜନସାଧାରଣଙ୍କୁ ବିଭିନ୍ନ ସମୟରେ ବହୁ ଉପକାର ଓ ସାହାଯ୍ୟ ସହ ଯୋଗ କରି ଆସିଛନ୍ତିା ତେବେ ଆସନ୍ତା କାଲି ତାଙ୍କର ଅନ୍ତେଷ୍ଟିକ୍ରିୟା ସମାପନ ହୋଇଛି । ତାଙ୍କ ପରିବାର ବର୍ଗଙ୍କୁ ସାନ୍ତନା ଦେବା ନିମନ୍ତେ ବିଭିନ୍ନ ସାମ୍ବାଦିକ ସଂଘର କର୍ମକର୍ତା ମାନେ ତାଙ୍କ ଘରକୁ ଯାଇ ବେହେରାଙ୍କ ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଥିବା ଦେଖିବାକୁ ମିଳିଛିା