ଫୁଲବାଣୀ– “ଶିଶୁ ପାଇଁ ମା କ୍ଷୀର ଅମୃତ ସମାନ” । ଏହି ପରିପ୍ରେକ୍ଷିରେ ଅଗଷ୍ଟ ମାସ ୦୧ ତାରିଖ ଠାରୁ ୦୭ ତାରିଖ ପର୍ଯ୍ୟନ୍ତ ସାରା ବିଶ୍ୱ ରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ କରାଯାଉଥିବା ବେଳେ ସ୍ୱେଛାସେବୀ ଅନୁଷ୍ଠାନ ସ୍ୱାତୀ ମଧ୍ୟ କନ୍ଧମାଳ ଜିଲ୍ଲା ର ବିଭିନ୍ନ ସ୍ଥାନରେ ଏହା ଆୟୋଜନ କରିଛନ୍ତି । କନ୍ଧମାଳ ଜିଲ୍ଲାର ଗ୍ରାମ୍ୟ ସ୍ତରର କର୍ମଜିବି ମହିଳା ମାନେ କାର୍ଯ୍ୟବ୍ୟସ୍ତତାରେ ରହି ଅଜଣାତରେ ସ୍ତନ୍ୟପାନକୁ ଅବହେଳା କରୁଥିବା ବେଳେ ବର୍ଷ ୨୦୨୪ ରେ ଥିବା ବିଷୟ “ପ୍ରତିବନ୍ଧକକୁ ଦୂର କରିବା ସମସ୍ତେ ସ୍ତନ୍ୟପାନକୁ ପ୍ରୋତ୍ସାହିତ କରିବା” କୁ ଜନସାଧାରଣଙ୍କୁ ଜଣାଇବା ପାଇଁ ଜାତୀୟ ସ୍ୱାସ୍ଥ୍ୟ ମିଶନ୍ କନ୍ଧମାଳ ଏବଂ କ୍ରାଏ, କୋଲକାତାଙ୍କ ସହାୟତାରେ ମା ଗୃହ କଟ୍ରିଙ୍ଗିଆ, ବାଲନ୍ଦାପଡା ଓ ଟିକାବାଲିଙ୍କ ଦ୍ୱାରା ଫିରିଙ୍ଗିଆ, ଟିକାବାଲି ଓ ଫୁଲବାଣୀ ବ୍ଲକରେ ସଚେତନତା ସଭା ଆୟୋଜିତ ହୋଇଯାଇଛି । କାର୍ଯ୍ୟକ୍ରମରେ ସ୍ଥାନୀୟ ଆଶା, ଅଙ୍ଗନଓାଡି କର୍ମୀ, ଗର୍ଭବତୀ, ପ୍ରସୂତୀ ଓ ମହିଳା ମାନେ ଯୋଗ ଦେଇଥିବା ବେଳେ ଅତିଥି ଭାବେ ମହିଳା ସ୍ୱାସ୍ଥ୍ୟ ପରିଦର୍ଶୀକା ସୁକାନ୍ତି ପ୍ରଧାନ,ଷ୍ଟାପ ନର୍ଶ ମନିଶା ଖମାରି ଉପସ୍ଥିତ ରହି ସ୍ତନ୍ୟପାନ ର ଗୁରୁତ୍ୱ , ୦୬ ମାସ ପର୍ଯ୍ୟନ୍ତ କେବଳ ମା କ୍ଷୀର , ୦୬ ମାସ ପରେ ପରିପୂରକ ଖାଦ୍ୟ ଯାହାକି ଶିଶୁ କୁ ମାନସିକ, ଶାରିରିକ ଓ ବୌଧିକ କ୍ଷେତ୍ର ରେ ଏକସଙ୍ଗ ରେ ବିକାଶ କରିଥାଏ ବୋଲି କହିଥିଲେ । ମା ଗୃହ ରେ ମଧ୍ୟ ମା ମାନେ ଅବସ୍ଥାପିତ ସମୟ ରେ ଏ ଦିଗରେ ଅଧିକ ସଚେତନତା କରିବା ଆବଶ୍ୟକତା ଅଛି ବୋଲି ଅନୁଷ୍ଠାନର ସଂପାଦକ ହରି ଶଙ୍କର ରାଉତ ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନା ରେ କ୍ରାଏ ପ୍ରକଲ୍ପ ଓ ମା ଗୃହ ର ସମସ୍ତ ଏ.ଏନ୍.ମେ୍. କୋଡିନେଟର ଓ ମହିଳା ସ୍ୱାସ୍ଥ୍ୟ ସହାୟିକା ମାନେ ସହେଯାଗ କରିଥିଲେ ।
