ପୂର୍ବତନ ବିଜେଡି କାଉନସିଲର ପ୍ରଦୀପ ମୁନିଙ୍କ ପରଲୋକ…

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ବରିଷ୍ଠ ବିଜେଡି ନେତା, ଦଧିବାମନ ମନ୍ଦିର ସଭାପତି, ନାରାୟଣୀ ଯାତ୍ରା ପରିଚାଳନା କମିଟିର ଉପଦେଷ୍ଟା, ତଥା ଫୁଲବାଣୀ ମୁନିସିପାଲିଟିର ପୂର୍ବତନ କାଉନସିଲର ପ୍ରଦୀପ କୁମାର ମୁନି ଆଉ ନାହାନ୍ତି । ଯାହା ସୂଚନା ରହିଚି ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ହୋଇଥିଲା । ତାଙ୍କ ପତ୍ନୀ ଲୋପାମୁଦ୍ରା ମୁନି ମୁନିସିପାଲିଟିର ପୂର୍ବତନ ଅଧ୍ଯକ୍ଷ ଥିଲେ । ସ୍ବର୍ଗତ ପ୍ରଦୀପ ଛାତ୍ର ଜିବନରେ ବିଭିନ୍ନ ସାଂଗଠନିକ କାର୍ଯ୍ୟକ୍ରମ କରି,ସୁବିଧା ଅସୁବିଧାରେ ଲୋକଙ୍କୁ ସାହାଯ୍ଯ ପ୍ରଦାନ କରିବା ସତେ ଯେପରି ତାଙ୍କର ବ୍ରତ ଥିଲା l ସେଥିପାଇଁ ଅଧିକାଂଶ ଯୁବପିଢ଼ି ତାଙ୍କର ଅନୁଗାମୀ ଥିଲେ l ଏପରି ଲୋକଙ୍କ ସେବା ଆରମ୍ଭ କରି ଜନତା ଦଳରେ ସାମିଲ ହୋଇ ବିଜେଡିର ବିଭିନ୍ନ ସଂଗଠନ ଦାଇତ୍ବରେ ଥିଲେ । ସେଜଣେ ଭଲ ପରୋପକାରୀ, ସଂଗଠକ, କ୍ରୀଡ଼ାବିତ ସମାଜସେବୀ ଓ ରାଜନେତା ଭାବେ ସମସ୍ତଙ୍କ ନିକଟରେ ବେଶ ପରିଚିତ ଥିଲେ । ତାଙ୍କର ଅକାଳ ବିୟୋଗରେ ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରା,ପୂର୍ବତନ ସାଂସଦ ଡ଼ ଅଚ୍ୟୁତ ସାମନ୍ତି, ବିଜେଡି ଜିଲ୍ଲା ସଭାପତି ଅଙ୍ଗଦ କଂହର କମଳା କାନ୍ତ ପାଣ୍ଡେ, ସରୋଜ କର୍ଣ୍ଣ ,ବିମଳ ପାଢୀ, କନ୍ଧମାଳ ସଂସାଦ ସୁକାନ୍ତ ପାଣିଗ୍ରାହୀ, ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ ପ୍ରଦୀପ କୁମାର ମୁନିଙ୍କ ଅକାଳ ବିୟୋଗ, ଫୁଲବାଣୀର ସମସ୍ତ ସଚେତନ ନାଗରିକଙ୍କ ପାଇଁ ଅତ୍ୟନ୍ତ ଦୁଃଖଦ ଖବର। ଏହି ଅଳ୍ପ ବୟସରେ ପୂର୍ବତନ କାଉନସିଲ ତଥା ବରିଷ୍ଠ ବିଜେଡି ନେତାଙ୍କ ଦେହାନ୍ତ କନ୍ଧମାଳ ଜିଲ୍ଲା ପାଇଁ ଏକ ଅପୂରଣୀୟ କ୍ଷତି। ସେ ଥିଲେ ଅତ୍ୟନ୍ତ ଅମାୟିକ ବ୍ୟକ୍ତି, ସମାଜସେବୀ ଓ ଅନ୍ୟର ମନ ବୁଝି ପାରୁଥିବା ସୃଷ୍ଟିର ସଂରଞ୍ଚନା।ତାଙ୍କର ଅକାଳ ବିୟୋଗରେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ସମସ୍ତଙ୍କୁ ଅନୁରୋଧ କରୁଛି, ଗର୍ବ ଅହଂକାରରୁ ଉର୍ଦ୍ଧକୁ ଉଠାନ୍ତୁ, ଆଜି କଥା କାଲିକି ନାହିଁ। ଯଥା ସମ୍ଭବ ସମାଜ ସେବାରେ ଧ୍ୟାନ ଦିଅନ୍ତୁ। ସେହି ଅମର ଆତ୍ମାର ଆତ୍ମାର ସଦଗତି କାମନା କରିବା ସହିତ, ଏହି ଦୁର୍ବଳ ସମୟରେ ଭଗବାନ ତାଙ୍କ ପରିବାରକୁ ଅସୀମ ସାହସ ଓ ଧୈର୍ଯ୍ୟ ପ୍ରଦାନ କରନ୍ତୁ ବୋଲି ଶୋକ ପ୍ରକାଶ କରିଛନ୍ତି ।
ଅନ୍ୟ ମାନଙ୍କ ମଧ୍ୟରେ ଯାତ୍ରା ପରିଚାଳନା କମିଟିର ସଭାପତି ସୁଧାଂଶୁ ସେନାପତି, ସମ୍ପାଦକ ଦୂର୍ଗା ପ୍ରସାଦ ତ୍ରିପାଠୀ, ଆଇନଜିବି ରମେଶ ଚନ୍ଦ୍ର ମହାନ୍ତି, ଅରୁଣ ପଣ୍ଡା, ଅଶୋକ ମେକାପ, କିଶୋର ସୁବୁଦ୍ଧି, ପ୍ରେସ କ୍ଲବ ସଭାପତି ସୁନୀଲ ପଟ୍ଟନାୟକ,କେ ଡି ଏମ ଏଫ ର ସଭାପତି ସୂର୍ଯ୍ୟ ନାରାୟଣ ବେହେରା, ସମ୍ପାଦକ ଶିବ ବିଶ୍ଵାଳ, ବରିଷ୍ଠ ସାମ୍ବାଦିକ ଡଃ ଅରୂପ ଜେନା, ନାରାୟଣ ସାହୁ, ଆଇନଜୀବୀ ତଥା ସାମ୍ବାଦିକ ଆଦିତ୍ୟ ପ୍ରସାଦ ତ୍ରିପାଠୀ, ସନ୍ତୋଷ ଦିଗାଲ, ଗୋପାଳ କୃଷ୍ଣପଟ୍ଟନାୟକ, ପ୍ରଶାନ୍ତ ବେହେରା,ବିଜେପି ନେତା ଭଗବାନ ମହାନ୍ତି, କନ୍ଧମାଳ ପିପୁଲସ ଫୋରମ ସଭାପତି ରାଧାମୋହନ ମହାପାତ୍ର, ତଥା ଆଇନଜୀବୀ ପ୍ରତାପ ପାତ୍ର,ସତ୍ୟ ନାରାୟଣ ବେହେରା, ଅସୀମ ପ୍ରହରାଜ, ବାର ଆସୋସିଏସନ ସଭାପତି ନିରୋଦ ପାତ୍ର, ସମ୍ପାଦକ କୁଞ୍ଜ ବିହାରୀ ଶତପଥୀ, ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିବା ସହ ଅମର ଆତ୍ମାର ସଦଗତି କାମନା କରିଥିଲେ ।

ad-week
Leave A Reply

Your email address will not be published.