ଚାଷୀ ଭାଇଭଉଣୀମାନଙ୍କୁ, ଗାଈଗୋରୁ, ଛେଳି ଓ ମେଣ୍ଢା ଫାଟୁଆ ରୋଗ ନିରାକରଣ ସଚେତନତା

add-all

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ରାଏବଗା ପଞ୍ଚାୟତର ସାପ୍ତାହିକ ହାଟୋ ପରିସରରେ ସମସ୍ତ ଚାଷୀ ଭାଇ ଭଉଣି ମାନଙ୍କୁ, ଗାଈ, ଗୋରୁ, ଛେଳି, ଓ ମେଣ୍ଢା ଫାଟୁଆ ରୋଗ ନିରାକରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ସମସ୍ତ ଚାଷୀ ମାନଙ୍କୁ ଜାଣିବା ଉଚିତ ଜେ ଏହି ଫାଟୁଆ ରୋଗ କୌଣ, ଯେପରିକି ଏକ ଭୁତାଣୁ ଜନିତ ମାରାତ୍ମକ ରୋଗ ଯାହା ସମସ୍ତ ଗାଈ, ଗୋରୁ, ଛେଳି, ଓ ମେଣ୍ଢା ଠାରେ ଦେଖାଯାଇଥାଏ ଏହି ରୋଗ ହେଲେ ପଶୁକୁ ଭୀଷଣ ଜ୍ଵର ହୁଏ |

ପାଟି ଓ ଖୁରାରେ ଘା, ଦୁଧ ପରିମାଣ କମିଯାଏ, ପଶୁ ଦୁର୍ବଳ ହୋଇଯାଏ ଓ ଖାଇବା ପିଇବାକୁ କମେଇଦିଏ |ଏହି ରୋଗର ନିରାକରଣ ପାଇଁ ଭାରତ ସରକାରଙ୍କୁ NADCP କାର୍ଯ୍ୟକ୍ରମ ମାଧ୍ୟମରେ ଦୁଇଥର ପସୁକୁ ମଙ୍ଗଣାରେ ଟିକା ଦିଆଯାଉଛି ଚାଷୀ ମାନେ ନିକଟସ୍ଥ ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଯୋଗାଯୋଗ କରି ନିଜର ସମସ୍ତ ପଶୁଙ୍କୁ ଉଚିତ ସମୟରେ ଟିକା କାରଣ କରାଇ ପାରିବେ | ଏହି କାର୍ଯ୍ୟକ୍ରମରେ ତାଳେ ତାଳେ ନାଚ ଗୀତ କରି ଲୋକଙ୍କୁ ସଚେତନ କରିଥିଲେ | ଏହି ଅବସରରେ ସ୍ଥାନୀୟ ରାଏବଗାର ଚିକିତ୍ସିତ ଡାକ୍ତର ସତ୍ୟମ ଦଂଶାନା ଏବଂ ମଝାପାରା ଡାକ୍ତର ଶଙ୍କର ଧରେଇ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ |

ad-week
Leave A Reply

Your email address will not be published.