ବ୍ରହ୍ମପୁର : ରାଜ୍ୟ ପରିବହନ, ବାଣିଜ୍ୟ ଓ ଇସ୍ପାତ ମନ୍ତ୍ରୀ ବିଭୁତି ଭୂଷଣ ଜେନାଙ୍କ ଗଞ୍ଜାମ ସହର ଗ୍ରସ୍ତ ସମୟରେ ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ବୃକ୍ଷ ରୋପଣ କରିଥିଲେ l ମାଆଟିଏକୁ ଗଛଟିଏ କହିବା ସହ ପୂର୍ବତନ ଉପବାଚଷ୍ପତି ରାମ ଚନ୍ଦ୍ର ପଣ୍ଡାଙ୍କ ମାଆଙ୍କ ନାମରେ ଗଛଟିଏ ଲଗାଇଥିଲେ l
ଏହି ଅବସରରେ ସ୍ଥାନୀୟ ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ପୂର୍ବତନ ଉପବାଚଷ୍ପତି ମ ଚନ୍ଦ୍ର ପଣ୍ଡା ଉପସ୍ଥିତ ଥିଲେ l ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟ ପରିଚଳନା କମିଟିର ସଭାପତି ବିନୋଦ ଚନ୍ଦ୍ର ମହାପାତ୍ର, ସମ୍ପାଦକ ଗିରିଶ କୁମାର ଆଚାର୍ଯ୍ୟ,କୋଷାଧକ୍ଷ ବିଶ୍ଵନାଥ ସାମନ୍ତରା, ପ୍ରଧାନ ଆଚାର୍ଜ୍ୟ ଆଦିତ୍ୟ ମହାପାତ୍ର ପ୍ରମୁଖ ଉପଢ଼ୋକ ଦେଇ ସ୍ୱାଗତ କରିଥିଲେ l ସେହିପରି ଗଞ୍ଜାମ ପୋୖରାଞ୍ଚଳ ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ଦୁର୍ଗାଦେବି ସାହି କାର୍ଯ୍ୟାଳୟ ଠାରେ ମାନ୍ୟବର ମନ୍ତ୍ରୀ ବିଭୁତି ଭୂଷଣ ଜେନା,ସହ ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ଓ ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା l ପରିଷଦର ଉପଦେଷ୍ଟା ବିନୋଦ କୁମାର ପାଢ଼ୀଙ୍କ ତତ୍ତ୍ୱବଧାନରେ ଅନୁଷ୍ଠିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅତିଥି ମାନଙ୍କୁ ବରିଷ୍ଠ ସଦସ୍ୟ ପତିତ ପାବାନ ମହାପାତ୍ର, ତ୍ରିନାଥ ପାଣିଗ୍ରାହୀ, ପବନା ପଣ୍ଡା ଫୁଲ ତୋଡ଼ା, ଉପଢ଼ୋକନ ଦେଇ ସ୍ୱାଗତ କରିଥିଲେ l ପରିଷଦର ସଭାପତି ଲିଙ୍ଗରାଜ ପଟ୍ଟନାୟକ, ଉପ ସଭାପତି ରବୀନ୍ଦ୍ର କୁମାର ପଣ୍ଡା, ସମ୍ପାଦକ ଗୌରୀ ଶଙ୍କର ପାଢ଼ୀ ମଞ୍ଚାସିନ ଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ବିନୋଦ ମାହାପତ୍ର, ବିପ୍ର ମହାପାତ୍ର, ଦଣ୍ଡପାଣି ସାବତଙ୍କ ସମେତ ସମସ୍ତେ ସଦସ୍ୟ ଉପସ୍ଥିତ ଥିଲେ l
ଏହାପୂର୍ବରୁ ମନ୍ତ୍ରୀ ଜେନାଙ୍କୁ ଏକ ଶୋଭାଯାତ୍ରା ରେ ନିଆଯାଇଥିବା ବେଳେ ବିଭିନ୍ନ ଛକରେ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା l ମନ୍ତିଙ୍କ ସହ ବିଜେପି ଲୋକସଭା ସଂଯୋଜକ ସରୋଜ ସାବତ, ଯୁବ ମୋର୍ଚ୍ଚା ରାଜ୍ୟ ସମ୍ପାଦକ ତୁତୁନ ପାତ୍ର,, ଓ ଗଙ୍ଗାଧର ଶତପଥୀ ଉପସ୍ଥିତ ଥିଲେ l ସାନ ବଜ଼ାର ଛକ ଠାରୁ ବିଜେପି ନେତା ଇଂ ବିନୋଦ କୁମାର ପାଢ଼ୀ, ଗଞ୍ଜାମ ଏନଏସିର ନଗର ସଭାପତି କାନ୍ତାରୁ ଦଳେଇ, କାଉନସିଲର ଅରୁଣ ପଣ୍ଡା, ପି. ମୋହନ ରେଡି, ଯୁବ ନେତା ରଞ୍ଜନ ବେହେରା, ଡିକେରାଓ, ରାନୁ ବୈଠାରୁ,ପପୁ ମହାନ୍ତି, ଗଣେଶ ମହାରଣା,ଆଶୁତୋଷ ଦାସ ଅମିତ ପଣ୍ଡା,ସଞ୍ଜୟ ସ୍ୱାଇଁ, ବାଲାଜୀ ପାଢ଼ୀ, ଚେରୁ ସୁବୁଦ୍ଧି, ଭଗବାନ ପ୍ରଧାନ, ନିରଞ୍ଜନ ତରାଇ, ପ୍ରକାଶ ରାଉଳ, ପରମାହାଙ୍ଗୁଡ଼, ଅଜୟ ରାଉଳ, ଜିଲ୍ଲା ମହିଳା ମୋର୍ଚ୍ଚା ଉପ ସଭାପତି ରଶ୍ମିରାଣୀ ମହାପାତ୍ର, ଓବିଶି ମୋର୍ଚ୍ଚା ସମ୍ପାଦକ କୀର୍ତ୍ତନ ଦାସ, ମସ୍ୟଜିବି ନେତା ଭୀମସେନ ବେହେରା ପ୍ରମୁଖ ସମେତ ଶତାଧିକ ବିଭିନ୍ନ ବର୍ଗର ଲୋକେ ଉପସ୍ଥିତ ରହି ସ୍ୱାଗତ କରିଥିଲେl
