ଚିତ୍ରକୋଣ୍ଡା ଷ୍ଟେଟ ବ୍ୟାଙ୍କ ସମ୍ମୁଖର ବିକଳ ଚିତ୍ର

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ପରିସର ସମ୍ମୁଖରେ ବର୍ଷା ପାଣି ଜମି କାଦୁଅ ପଚ ପଚ ହେଉଥିବା ଯୋଗୁଁ ଗ୍ରାହକ ମାନଙ୍କ ଭିତରେ ଅସନ୍ତୁଷ୍ଟ ଭାବ ଦେଖା ଦେଇଛି। ଅଞ୍ଚଳର ଅଠର ଗୋଟି ପଞ୍ଚାୟତର ଲୋକେ ଏହି ବ୍ୟାଙ୍କ ଉପରେ ସମ୍ପୂର୍ଣ୍ଣ ରୂପେ ନିର୍ଭର କରୁଥିବା ବେଳେ ସକାଳୁ ଆସି ବ୍ୟାଙ୍କ ସମ୍ମୁଖରେ ଅପେକ୍ଷା କରି ବ୍ୟାଙ୍କ କାମ କରିଥାନ୍ତି। ଚିତ୍ରକୋଣ୍ଡା ରେ ଦୀର୍ଘ ଦିନ ଧରି ବର୍ଷା ଲାଗି ରହିଥିବାରୁ ବ୍ୟାଙ୍କ ସମ୍ମୁଖରେ ବର୍ଷା ପାଣି ଜମି କାଦୁଅ ହେବା ସହ ମଶା ମାନଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି।

ଚିତ୍ରକୋଣ୍ଡା ଅଞ୍ଚଳର ଡ୍ରେନେଜ ବ୍ୟବସ୍ଥା ପାଇଁ ପ୍ରଶାସନ ତତ୍ପର ନଥିବା ବେଳେ ବ୍ୟାଙ୍କ ତରଫରୁ ମଧ୍ୟ କୌଣସି ପଦକ୍ଷେପ ନିଆ ଯାଉନାହିଁ। ଯାହା ଦ୍ୱାରା ବ୍ୟାଙ୍କ କୁ ଆସୁଥିବା ଗ୍ରାହକ ମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏବଂ ବିଶେଷ କରି ବୁଢ଼ାବୁଢ଼ୀ ଓ ବିକଳାଙ୍ଗ ମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସାଧାରଣରେ ଏହି ପରି ଚିତ୍ରକୁ ଦେଖି ତୀବ୍ର ନିନ୍ଦା କରିବା ସହ ସମାଧାନ କରିବା ପାଇଁ ନିଜ ଦାବି ରଖିଛନ୍ତି।

ad-week
Leave A Reply

Your email address will not be published.